fbpx

ରଣଜୀରେ ଜଲୱା ଦେଖାଇଲେ ଶାନ୍ତନୁ; ଦ୍ୱିଶତକ ରନ୍ କରି ସୃଷ୍ଟି କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ନିଜର ଜଲୱା ଦେଖାଇଛନ୍ତି ଓଡିଆ ପୁଅ ଶାନ୍ତନୁ ମିଶ୍ର । ତେବେ ଶାନ୍ତନୁଙ୍କ ଦ୍ୱିଶତକ ଏବଂ ପ୍ରୟାସ ସିଂଙ୍କ ଶତକ ବଳରେ ଓଡିଶା ୫୩୫ ରନ୍ କରି ଏକ ରୋକର୍ଡ ସୃଷ୍ଟି କରିଛି । ଫଳରେ ନାଗାଲାଣ୍ଡଠାରୁ ଓଡିଶା ୧୦୨ ରନର ଇନିଂସରେ ଅଗ୍ରଣୀ ରହିଛି । ତେବେ ନାଗାଲାଣ୍ଡ ପ୍ରଥମ ଇନିଂସରେ ୪୩୩ କରି ଅଲଆଉଟ୍ ହୋଇଥିବା ବେଳେ ଓଡିଶା ୮ ୱିକେଟରେ ୫୩୫ ରନ୍ ହାସଲ କରିଛି ।

 ନାଗାଲାଣ୍ଡ ବିପକ୍ଷରେ ଶାନ୍ତନୁ ମିଶ୍ରଙ୍କ ଏହି ଦ୍ୱିଶତକ ରନ୍ ସେମାନଙ୍କ ପାଇଁ ଏକ ନୂତନ ଚ୍ୟାଲେଞ୍ଜ ସୃଷ୍ଟି କରିଛି  । ସେ ରଣଜୀରେ ୨୧ ଟି ଚୌକା ମାରିବା ସହ ଅପାଜୟ ରହି ୨୦୦ ରନ୍ ହାସଲ କରିଛନ୍ତି । ଯାହାକି ଓଡିଶା ପାଇଁ ଏକ ଗୌରବ ଆଣିଦେଇଛି । ତେବେ ଶାନ୍ତନୁଙ୍କ ଦ୍ୱିଶତକ ଏବଂ ପ୍ରୟାସ ସିଂଙ୍କ ଏକ ଶତକ  ଅନ୍ୟମାନଙ୍କ ଉଦାହରଣ ସୃଷ୍ଟି କରିଆବ ସହ ଏକ ନୂଆ ରେକର୍ଡ କରିଛି  ।

Get real time updates directly on you device, subscribe now.