fbpx

ସପ୍ତାହରେ ପ୍ରଥମ ଥର ଶେୟାର ବଜାରରେ ଦ୍ରୁତ ବୃଦ୍ଧି, Sensex ଛୁଇଁଲା ୪୪୨ ଅଙ୍କ

Advertisement

ନୂଆଦିଲ୍ଲୀ: ନୂଆ ସପ୍ତାହରେ ପ୍ରଥମ ଥର ଭାରତୀୟ ଶେୟାର ବଜାରରେ ଶାନଦାର ବୃଦ୍ଧି ଦେଖିବାକୁ ମିଳିଛି । ସେନସେକ୍ସ ୫୯,୦୦୦ ଅଙ୍କ ପାର କରିଛି । ଆଜିର କାରବାର ସମାପ୍ତ ହେବା ସମୟରେ ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ୪୪୨ ଅଙ୍କର ବୃଦ୍ଧି ସହ ୫୯,୨୪୫ରେ ପହଞ୍ଚିଥିଲା । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟୀ ୧୨୬ ଅଙ୍କର ବୃଦ୍ଧି ସହ ୧୭,୬୬୫ ଅଙ୍କରେ ବନ୍ଦ ହୋଇଥିଲା ।

ବ୍ୟାଙ୍କ ନିଫ୍ଟୀରେ ଶାନଦାର ବୃଦ୍ଧି ଦେଖିବାକୁ ମିଳିଛି । ବ୍ୟାଙ୍କ ନିଫ୍ଟୀର ସମସ୍ତ ୧୨ଟି ଶେୟାରରେ ସବୁଜ ରଙ୍ଗର ପ୍ରତୀକ ଦେଖିବାକୁ ମିଳିଥିଲା । ବଜାରରେ ଆଜି ସମସ୍ତ ସେକ୍ଟରର ଶେୟାରରେ ଦ୍ରୁତ ବୃଦ୍ଧି ରହିଥିଲା । ବ୍ୟାଙ୍କିଂ, ଅଟୋ, ଆଇଟି, ଫାର୍ମା, ଏମଏମସିଜି, ଏନର୍ଜି, ମେଟାଲ୍ସ, କଞ୍ଜ୍ୟୁମର ଡ୍ୟୁରେବଲ୍ସ, ଅଏଲ ଆଣ୍ଡ ଗ୍ୟାସ ବ୍ୟତୀତ ମିଡ଼ିଆ ସେକ୍ଟରର ଶେୟାରରେ ମଧ୍ୟ କିଣାବିକା ହୋଇଥିଲା ।

ମିଡକ୍ୟାପ ଓ ସ୍ମଲ କ୍ୟାପ ଶେୟାରରେ ମଧ୍ୟ ବହୁତ ବୃଦ୍ଧି ଦେଖିବାକୁ ମିଳିଥିଲା । ନିଫ୍ଟୀର ୫୦ଟି ଶେୟାରରୁ ୩୫ଟି ଶେୟାର ସବୁଜ ରଙ୍ଗର ପ୍ରତୀକ ଓ ୧୫ଟି ଲାଲ ରଙ୍ଗର ପ୍ରତୀକ ସହ ବନ୍ଦ ହୋଇଥିଲା । ସେନସେକ୍ସର ୩୦ଟି ଷ୍ଟକ୍ସରୁ କେବଳ ୨୪ଟି ଶେୟାର ସବୁ ରଙ୍ଗ ଓ ୬ଟି ଲାଲ ପ୍ରତୀକ ଭାବେ ବନ୍ଦ ହୋଇଥିଲା ।

Get real time updates directly on you device, subscribe now.