ଏତେ ବର୍ଷ ପରେ ନିଜ ଭୁଲ୍ ବୁଝିପାରିଲେ ଶଶି ଥରୁର, କହିଲେ ମୋଦୀ ସରକାର ଏକଦମ ସଠିକ୍‌

ପିଏମ ମୋଦୀଙ୍କର ପ୍ରଶଂସା କଲେ ଶଶି ଥରୁର

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ୨୦୨୨ରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଏହି ଯୁଦ୍ଧ ଏବେ ବି ଜାରି ରହିଛି । ଯେବେ ସାରା ଦୁନିଆରେ ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଲା, ସେହିସମୟରେ କଂଗ୍ରେସ ନେତା ଶଶି ଥରୁର ଭାରତର ଆଭିମୁଖ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ବର୍ତ୍ତମାନ ତିନି ବର୍ଷ ପରେ ସେ ଏହି କଥାକୁ ନେଇ ଅନୁତାପ କରିଛନ୍ତି ।

୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପରେ ଶଶି ଥରୁର ଭାରତ ସରକାରଙ୍କ ଅଭିମୁଖ୍ୟର ସବୁଠାରୁ ବଡ଼ ପ୍ରଶଂସକ ଥିଲେ । ସେହି ସମୟରେ ସେ ସଂସଦରେ କହିଥିଲେ ଯେ, ଭାରତର ରୁଷ-ୟୁକ୍ରେନ ଯୁଦ୍ଧରେ ଅଚାନକ ଚୁପ ହେବା ୟୁକ୍ରେନ ଏବଂ ତାର ସମର୍ଥକଙ୍କ ପାଇଁ ନିରାଶଜନକ ହେବ ।

ସରକାର ଚୁପ ରହିବାର ଅଭିଯୋଗ ଲଗାଇ କହିଥିଲେ ଯେ, ରୁଷ ଆମ ସାଥୀ ଏବଂ ତାର ସୁରକ୍ଷା ପାଇଁ ଚିନ୍ତା ହେବା ଆବଶ୍ୟକ । ହେଲେ ଭାରତର ଏଚାନକ ଏହି ମାମଲାରେ ଚୁପ ହେବା ୟୁକ୍ରେନ ଏବଂ ତାର ସମର୍ଥକଙ୍କୁ ନିରାଶ କରିବ ।

ନିଜର ଭୁଲ ସ୍ୱୀକାର କଲେ ଶଶିଥରୁର: Raisina Dialogue 2025 ରେ ଶଶି ଥରୁରଙ୍କୁ ପଚରାଯାଇଥିଲା ଯେ, ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ସେ ଖୁସି ଯେ ଭାରତ ଗ୍ରହଣ କରିଥିବା ଆଭିମୁଖ୍ୟ ଠିକ୍ ଥିଲା? ଏହି ପ୍ରଶ୍ନର ଉତ୍ତର ଦେଇ ଶଶି ଥରୁର ସ୍ୱୀକାର କରିଛନ୍ତି ଯେ, ତିନି ବର୍ଷ ପରେ ସେ ନିଜର ବିବୃତ୍ତି ପାଇଁ ଅନୁତାପ କରୁଛନ୍ତି।

ସେ କହିଛନ୍ତି ଯେ, ବର୍ତ୍ତମାନ ମୁଁ ଦୁଃଖିତ, ସେତେବେଳେ ଗ୍ରହଣ କରିଥିବା ନିଷ୍ପତ୍ତି ଠିକ୍ ନୁହେଁ। ଶଶି ଥରୁର କହିଛନ୍ତି, ‘ମୁଁ ଲଜ୍ଜିତ ଅନୁଭବ କରୁଛି। ଫେବୃଆରୀ 2022 ରେ ସଂସଦୀୟ ବିତର୍କରେ ମୁଁ ଏକମାତ୍ର ବ୍ୟକ୍ତି ଯିଏ ଭାରତର ଆଭିମୁଖ୍ୟକୁ ସମାଲୋଚନା କରିଥିଲା। ମୁଁ କହିଥିଲି, “ଏହା ମିଳିତ ଜାତିସଂଘର ଚାର୍ଟରର ଉଲ୍ଲଂଘନ।

ସୀମାର ଅଖଣ୍ଡତା ଏବଂ ଗୋଟିଏ ସଦସ୍ୟ ରାଷ୍ଟ୍ରର ସାର୍ବଭୌମତ୍ୱର ନୀତି ଉଲ୍ଲଂଘନ କରାଯାଇଛି। ଆନ୍ତର୍ଜାତୀୟ ବିବାଦର ସମାଧାନ ପାଇଁ ଆମେ ସର୍ବଦା ବଳର ବ୍ୟବହାରକୁ ଗ୍ରହଣୀୟ ନୁହେଁ ବୋଲି ବିବେଚନା କରିଛୁ। ମୁଁ କହିଥିଲି ଯେ, ଏହି ସବୁ ନୀତି ଗୋଟିଏ ଦଳ ଦ୍ୱାରା ଉଲ୍ଲଂଘନ ହୋଇଛି ଏବଂ ଆମେ ଏହାକୁ ନିନ୍ଦା କରିବା ଉଚିତ୍।”

ପିଏମ ମୋଦୀଙ୍କର ପ୍ରଶଂସା: ଶଶି ଥରୁର ଆହୁରି ସ୍ୱୀକାର କରିଛନ୍ତି, ‘ତିନି ବର୍ଷ ପରେ ଲାଗୁଛି ଯେ, ମୁଁ ମୂର୍ଖ ହୋଇଗଲି। ଖାଲି ସେତିକି ନୁହେଁ ଏହି ନୀତିର ଅର୍ଥ ହେଉଛି ଭାରତରେ ପ୍ରକୃତରେ ଜଣେ ପ୍ରଧାନମନ୍ତ୍ରୀ ଅଛନ୍ତି ଯିଏ ଦୁଇ ସପ୍ତାହ ମଧ୍ୟରେ ଉଭୟ ୟୁକ୍ରେନର ରାଷ୍ଟ୍ରପତି ଏବଂ ରୁଷର ରାଷ୍ଟ୍ରପତିଙ୍କୁ ଆଲିଙ୍ଗନ କରିପାରିବେ।

ସେ ଦର୍ଶାଇଛନ୍ତି ଯେ ସେହି ନୀତି ହେତୁ ଭାରତ ଏପରି ସ୍ଥିତିରେ ଅଛି ଯେଉଁଠାରେ ସ୍ଥାୟୀ ଶାନ୍ତି ପାଇଁ ଏହାର ଭୂମିକା ଗ୍ରହଣ କରିପାରିବ। ସେ କହିଥିଲେ, ଦୂରତା ସାହାଯ୍ୟ କରେ। ଆମେ ୟୁରୋପରେ ନାହୁଁ ଏବଂ ସିଧାସଳଖ ବିପଦରେ ନାହୁଁ, ଏବଂ ଉଦାହରଣ ସ୍ୱରୂପ ଆଞ୍ଚଳିକ ସୀମାରେ ପରିବର୍ତ୍ତନ ଦ୍ୱାରା ଆମେ ଉପକୃତ ହେଉନାହୁଁ କିନ୍ତୁ ଏହା ଆମକୁ ସାହାଯ୍ୟ କରୁଛି।