fbpx

ବ୍ୟାକ୍ ଗ୍ରାଉଣ୍ଡ ଡ୍ୟାନ୍ସରରୁ ଏବେ ହିଟ୍ ଅଭିନେତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ):  ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ଆଜି ହେଉଛି ୩୬ ତମ ଜନ୍ମ ଦିନ । ସେ ବଲିଉଡ୍ର ଅନେକ ଫିଲ୍ମ କରିଥିଲେ ମଧ୍ୟ ସଫଳତାର ଯୋଗ୍ୟ ସ୍ଥାନ ପାଇ ନଥିଲେ । କିନ୍ତୁ କାଜଲ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସଫଳତା ହାସଲ କରି ଶୀର୍ଷରେ ପହଞ୍ଚିଛନ୍ତି । ସେ ତାମିଲ୍ ତେଲୁଗୁ ଏବଂ ମାଲାୟଲମ୍ ଫିଲ୍ମରେ କାମ କରି ନିଜର ସଫଳତାର ଏକ ନୂଆ କାହାଣୀ ଲେଖିଛନ୍ତି । ଖାସ୍ କରି ସେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ କିଛି ବିଶେଷ ସ୍ଥାନ କରି ପାରି ନାହାନ୍ତି।

ତଥାପି କାଜଲ ଚର୍ଚ୍ଚାରେ ଆସିଛନ୍ତି । ପ୍ରତିଦିନ ଫଟୋ ଓ ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କ ବିବାହକୁ ନେଇ ମଧ୍ୟ ଅନେକ ଆଲୋଚନା କରାଯାଇଥିଲା । ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା କାଜଲ ଅଗ୍ରୱାଲ ମଡେଲିଂ କରି ପ୍ରଥମ ଥର ପାଇଁ କ୍ୟାମେରାର ସମ୍ମୁଖୀନ ହୋଇଥିଲେ । ଏହା ବ୍ୟତିତ ସେ ଫିଲ୍ମରେ ବ୍ୟାକ୍ଗ୍ରାଉଣ୍ଡ ଡ୍ୟାନ୍ସର ମଧ୍ୟ ଥିଲେ । ଏବେ କାଜଲ ତାଙ୍କର ଗୋଟିଏ ଫିଲ୍ମ ପାଇଁ ୧ କୋଟିରୁ କମ୍ ଟଙ୍କା ଆଦାୟ କରୁ ନାହାଁନ୍ତି । କାଜଲ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ଭଲ ପାଆନ୍ତି । ଏହି ଅଭିନେତ୍ରୀ ରେଞ୍ଜ ରୋଭର,ବିଏମଡବ୍ଲୁ ଏବଂ ଅଡି ଭଳି କାରର ମାଲିକ ଅଟନ୍ତି । କାଜଲଙ୍କ କେବଳ ମୁମ୍ବାଇରେ ବିଳାସପୂର୍ଣ୍ଣ ଘର ନୁହଁ ବରଂ ହାଇଦ୍ରାବାଦରେ ମଧ୍ୟ ବିଳାସପୂର୍ଣ୍ଣ ଘର ରହିଛି । କାଜଲ ୬୬କୋଟି ସମ୍ପତ୍ତିର ମାଲିକ ।

ଗତବର୍ଷ କରୋନା କାଳରେ ବିଜନେସ ମ୍ୟାନ ଗୌତମ କିଚଲୁଙ୍କୁ ବିବାହ କରି କାଜଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । କାଜଲ ଓ ଗୌତମଙ୍କ ବିବାହ ଫଟୋ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା । କାଜଲଙ୍କ ବିବାହ ପରେ ଫିଲ୍ମ କ୍ୟାରିୟରରେ ଭଲ ଚାଲିନଥିଲା । ସେ ତାଙ୍କର ପଇସା କମ୍ କରିବାକୁ ଘୋଷଣା କରିଥିଲେ । କାରଣ କୌଣସି କ୍ଷେତ୍ରରେ ସେ ତାଙ୍କର ନିଜସ୍ୱ ସ୍ଥିତିକୁ ବଜାୟ ରଖିବାକୁ ଚାହାନ୍ତି । ବର୍ତ୍ତମାନ କାଜଲ ଚିରଞ୍ଜିବୀଙ୍କ ଫିଲ୍ମ ଆଚାର୍ଯ୍ୟାରେ ନଜର ଆସିବେ । ଏହା ସହ ସେ ନାଗାର୍ଜୁନଙ୍କ ସହ ଇଣ୍ଡିଆନ ୨ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

 

 

Get real time updates directly on you device, subscribe now.