fbpx

ପରୀକ୍ଷା ସାରି ଫେରୁଥିଲେ…ରାସ୍ତାରେ ଆକ୍ରମଣର ଶିକାର, ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀ

ଭୁବନେଶ୍ୱର : ପରୀକ୍ଷା ସାରି ଫେରୁଥିଲେ । ହଠାତ୍ ଜଣେ ଯୁବକ ଆକ୍ରମଣର ଶିକାର ହେଲେ । କିଛି ଭାବିବା ପୂର୍ବରୁ ତଣ୍ଟି କଟି ଧାର ଧାର ରକ୍ତ ବାହାରୁଛି । ଘରକୁ ଯିବା ପରିବର୍ତ୍ତେ ଛାତ୍ରୀ ଜଣଙ୍କ ମେଡିକାଲକୁ ଗଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳରେ । ଛାତ୍ରୀ ଜଣଙ୍କ ଦୌପଦୀ ବିଦ୍ୟାପୀଠ କଲେଜର ପଢୁଥିବା ଜଣାପଡିଛି ।

ଆଜି ଯୁକ୍ତ ଦୁଇ ପରୀକ୍ଷା ଥିବାରୁ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ବିଷମକଟକ ନିକଟରେ ଜଣେ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲା । ପୂର୍ବରୁ ପ୍ରସ୍ତୁତ ଥିବା ଯୁବକ ଜଣଙ୍କ ଏକ ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କ ତଣ୍ଟିରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍ପିଟସ୍କୁ ସ୍ଥାନାନ୍ତରିତ କରାଯାଇଛି । ଅପରପକ୍ଷରେ ଆକ୍ରମଣକାରୀ ଯୁବକକୁ ସ୍ଥାନୀୟଲୋକ କାବୁ କରି ପୋଲିସ ଜିମା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଏକତରଫା ପ୍ରେମକୁ ନେଇ ଏହି ଅଘଟଣ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.