fbpx
BSKY
BJD SHG SKY
BJD YOUTH SKY

ଆରେ ଭାଇ ମେଣ୍ଢା, ତୁ ଗୋଟେ ଗେଣ୍ଡା: କାହା ଉପରେ ରାଗୁଛୁ, ତୁ ନିଜେ ମରିବୁ, ଆଉ କେହି ତୋ ପିଠିରେ ପଡ଼ିବେନି

ନୂଆଦିଲ୍ଲୀ: ଅନେକ ସମୟରେ ଗୃହପାଳିତ ପଶୁପକ୍ଷୀଙ୍କର ଅନେକ ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ । ନିକଟରେ ଗୋଟିଏ ମେଣ୍ଢାର ହିଂସ୍ର ଆଚରଣକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି । ମେଣ୍ଢାଟି ନିଜର କ୍ରୋଧକୁ ସହ୍ୟ କରି ନପାରି ଏକ ପ୍ଲାଷ୍ଟିକ୍ ବାଲଟିକୁ ମୁଣ୍ଡରେ ଆଘାତ କରିଥିଲା । ପରିଣାମସ୍ୱରୂପ ବାଲଟି ଭିତରେ ମେଣ୍ଢାର ମୁଣ୍ଡଟି ପଶିଯାଇଥିଲା ଓ ସେ ତିନି ଗଡ଼ା ଦେଇ ଓଲଟି ପଡ଼ିଥିଲା ।

ମେଣ୍ଢାର ଏତାଦୃଶ ମୁର୍ଖାମି କାର୍ଯ୍ୟକୁ ନେଇ ଟ୍ୱିଟରରେ କିଛି ୟୁଜର୍ସ ମଜାଳିଆ କମେଣ୍ଟ କରିଛନ୍ତି । କ୍ରୋଧ ଜଣଙ୍କର କ’ଣ କରିପାରେ ତାହା ଏହି ଭିଡିଓରୁ ଜଣାପଡ଼ୁଛି । ଆମେ ଯଦି ନିଜ ଜୀବନରେ କ୍ରୋଧ ପରିପ୍ରକାଶ କରୁ, ତେବେ ପ୍ରଥମେ ନିଜର ହିଁ ବେଶି କ୍ଷତି କରୁ । ୬ ସେକେଣ୍ଡର ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩୪ ହଜାରରୁ ଅଧିକ ଥର ଦେଖା ସରିଲାଣି ।

ମଣିଷ ମନରେ ଅନେକ ଖରାପ ଗୁଣ ରହିଥାଏ । ତାହା ସବୁ ଆମ ପାଇଁ କ୍ଷତିକାରକ ହେବା ସହ ଆମର ବୁଝିବା ବିଚାର କରିବାର ଶକ୍ତିକୁ ସମାପ୍ତ କରି ଦେଇଥାଏ । କ୍ରୋଧ ଏପରି ଏକ ଖରାପ ଜିନିଷ ଯାହା ପାଇଁ ଆମକୁ ପରେ ପଶ୍ଚାତାପ କରିବାକୁ ପଡ଼ିଥାଏ । ତେଣୁ କ୍ରୋଧକୁ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି ଭଗବାନ ଗୌତମ ବୁଦ୍ଧ ପରାମର୍ଶ ଦେଇଛନ୍ତି । ଏହି ଭିଡିଓ ଆମମାନଙ୍କୁ ଏକ ଉତ୍ତମ ନୀତିଶିକ୍ଷା ପ୍ରଦାନ କରୁଛି ।

Get real time updates directly on you device, subscribe now.