fbpx
BJD SKY
BJD SKY

ବାଇକ୍ ଆରୋହୀ ହେଲମେଟ ପିନ୍ଧିଲେ ବି ମାସ୍କ ପିନ୍ଧିବେ, ନହେଲେ ୫୦୦ ଟଙ୍କା ଜରିମାନା ଦେବେ, ଚାରିଚକିଆ ଯାନକୁ ଛାଡ଼

BJD

ନୂଆଦିଲ୍ଲୀ: ଏବେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ଆବଶ୍ୟକ ମୁତାବକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଦିଲ୍ଲୀରେ ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ସାର୍ବନିଜକ ସ୍ଥାନରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି । ନିୟମ ନ ମାନିଲେ ୫୦୦ ଟଙ୍କା ଜରିମାନା ଲାଗିବ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏହି ନିୟମ ବାଇକ ଆରୋହୀଙ୍କ କ୍ଷେତ୍ରରେ ଲାଗୁ ହେବ କି ନା? ଏହାର ଉତ୍ତର ହେଉଛି ଉଭୟ ହଁ ଆଉ ନା ମଧ୍ୟ । ସମସ୍ତ ପବ୍ଲିକ ସ୍ଥାନରେ ଫେସ ମାସ୍କ/ କଭର ନ ପିନ୍ଧିବା ଅପରାଧ ବୋଲି ସରକାରଙ୍କ ପକ୍ଷରୁ ଜାରି ଏକ ନୋଟିଫିକେସନରେ କୁହାଯାଇଛି । ମାସ୍କ ନ ପିନ୍ଧିଲେ ୫୦ ଟଙ୍କାର ଜରିମାନା ଲାଗିବ । ଯେଉଁମାନେ ଚାରିଚକିଆ ଘରୋଇ ଯାନରେ ଯାତ୍ରା କରୁଥିବେ, ସେମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ ।

ଅର୍ଥାତ ଯଦି ଆପଣ ନିଜର କାରରେ ଯାତ୍ରା କରୁଥିବେ, ତେବେ ବିନା ମାସ୍କରେ ଯାଇ ପାରିବେ । ଆପଣଙ୍କଠାରେ ଜରିମାନା ଲାଗିବ ନାହିଁ । କ୍ୟାବ, ଅଟୋରିକ୍ସା ପରି କମର୍ସିଆଲ ଯାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ । ଆପଣ ଯଦି ବାଇକ୍ ଚଳାଉଥିବେ ତେବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ହେଲମେଟ ପିନ୍ଧି ବାଇକ ଚଳାଉଥିବା ବେଳେ ମାସ୍କ ପିନ୍ଧିବେ କି ନାହିଁ ସେନେଇ କିଛି ଲୋକ ଦ୍ୱନ୍ଦ୍ୱରେ ରହିଥାନ୍ତି । ହେଲମେଟ ପିନ୍ଧିଲେ ବି ବାଇକ୍ ଚଳାଉଥିବା ସମୟରେ ଆପଣଙ୍କଠାରେ ଜରିମାନା ଲାଗୁ ହେବ ।

Get real time updates directly on you device, subscribe now.