fbpx

11 ହଜାର କିମି ଦୂରରେ ରହୁଥିବା ବିବାହିତ ମହିଳାଙ୍କ ସହ ହେଲା ପ୍ରେମ, ତା’ ପରେ…

କୁହାଯାଏ ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମ ମାନେନି କୌଣସି ପ୍ରତିବନ୍ଧକ । ବୟସ ହେଉ କିମ୍ବା  ଦୂରତା ପ୍ରେମକୁ କୌଣସି ବାଧା ଅଟକାଇପାରେନାହିଁ । କେହି ଯଦି କାହାର ପ୍ରେମରେ ପଡ଼ିଯାନ୍ତି ସେଥିପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇପଡ଼ନ୍ତି । ଠିକ୍ ଏଭଳି ଏଭଳି ଏକ ନିଆରା ପ୍ରେମ କାହାଣୀ ସାମ୍ନାକୁ ଆସିଛି । ପ୍ରେମ କାହାଣୀ ଜଣେ ୪୧ ବର୍ଷୀୟ ଯୁବକ ଏବଂ ଜଣେ ୪୨ ବର୍ଷୀୟ ବିବାହିତ ମହିଳାଙ୍କର । ବଡ଼ କଥା ହେଉଛି ମଧ୍ୟରେ ରହିଛି ୧୧ ହଜାର କିମିର ଦୂରତା କିନ୍ତୁ ଏମାନଙ୍କ ପ୍ରେମ୍ ସବୁବେଳେ ତାଙ୍କୁ ଯୋଡ଼ି ରଖିଛି ।

ଏକ ଅନ୍ତର୍ଜାତୀୟ ୱେବସିରିଜ୍ ରିପୋର୍ଟ ଅନୂଯାୟୀ ଶନ୍ ନାମକ ଜଣେ ବ୍ୟକ୍ତି କ୍ରିଷ୍ଟିନଙ୍କୁ ୨୦୧୨ ରେ ଅନଲାଇନରେ ଭେଟିଥିଲେ । ୨୦୧୩ରେ ଉଭୟ ପରସ୍ପରକୁ ଡେଟ୍ କରିଥିଲେ ଏବଂ ଲଙ୍ଗ-ଡିଷ୍ଟାନ୍ସ ରିଲେସନ(Long Distance love Story)ରେ ରହିଥିଲେ । ବଡ଼ କଥା ହେଉଛି ମହିଳା ଜଣକ ବିବାହିତ, ତାଙ୍କର ୪ ସନ୍ତାନ ମଧ୍ୟ ରହିଥିଲେ । ଶନ ବ୍ରିଟେନରେ ରହୁଥିବା ବେଳେ କ୍ରିଷ୍ଟିନ ଫିଲିପିନ୍ସରେ ରହୁଛନ୍ତି । ଉଭୟଙ୍କ ମଧ୍ୟରେ ରହିଛି ୧୧ ହଜାର କିଲୋମମିଟରର ଦୂରତା ।

କିନ୍ତୁ ଅନଲାଇନ ଭେଟ୍ ପରେ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ବଢ଼ିଥିଲା । ଆଉ ତାଙ୍କର ଏହି ପ୍ରେମରେ ଦୂରତା ବାଧା ସାଜିଥିଲେ ବି ପ୍ରେମକୁ ଅଟକାଇ ପାରିନାହିଁ  । ଆଠ ବର୍ଷ ଧରି ଶନ୍ କ୍ରିଷ୍ଟ୍ରିନଙ୍କୁ ପ୍ରତିମାସ ୪୦ ହଜାର ଟଙ୍କା ପଠାଉଛନ୍ତି । ୨୦୧୭ ରେ ଉଭୟଙ୍କ ଏକ ସନ୍ତାନ ମଧ୍ୟ ଜନ୍ମ ନେଇଥିଲା । ଶନଙ୍କ ପରିବାର ଏବଂ ବନ୍ଧୁ ତାଙ୍କୁ ଟଙ୍କା ପଠାଇବା ଉପରେ ଆପତ୍ତି କରିଥାନ୍ତି । କିନ୍ତୁ ପ୍ରେମ ପାଇଁ ସେ କିଛିବି କରିପାରିବେ ବୋଲି କହିଛନ୍ତି ଶନ୍ । ଉଭୟ ଆଗାମୀ ସମୟରେ ଏକାଠି ରହିବେ ବୋଲି ମଧ୍ୟ ଯୋଜନା କରିଛନ୍ତି ।

Get real time updates directly on you device, subscribe now.