fbpx
BJD SKY
BJD SKY

ଶେଖ୍ ହସୀନା: ଭାରତ ପରି ବନ୍ଧୁ ପାଇ ଆମେ ନିଜକୁ ଭାଗ୍ୟଶାଳୀ ମନେ କରୁଛୁ

BJD

ଢ଼ାକା: ଆଜି ବାଂଲାଦେଶରେ ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇସାରିଛି । ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି) ଏହି ନିର୍ବାଚନକୁ ବହିଷ୍କାର କରିଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ଶେଖ୍ ହସୀନା କ୍ରମାଗତ ୫ମ ଥର ପାଇଁ ଜିତିବେ ବୋଲି ଆଶା କରାଯାଉଛି । ଏହି କ୍ରମରେ ଶେଖ୍ ହସୀନା ପ୍ରଥମେ ନିଜ ଭୋଟ୍ ଦେଇଥିଲେ । ଏହା ପରେ ଭାରତର ପ୍ରଶଂସା କରି କହିଥିଲେ, ‘ଭାରତ ପରି ବିଶ୍ୱସ୍ତ ବନ୍ଧୁ ପାଇ ଆମେ ନିଜକୁ ବହୁତ ଭାଗ୍ୟଶାଳୀ ମନେ କରୁଛୁ । ମୁକ୍ତି ସଂଗ୍ରାମ ସମୟରେ ଭାରତ ଆମର ସହଯୋଗ କରିଥିଲା । ୧୯୭୫ ମସିହରେ ଆମେ ପୁରା ପରିବାର ହରାଇବା ପରେ ଭାରତ ଆମକୁ ଆଶ୍ରୟ ଦେଇଥିଲା । ଭାରତବାସୀଙ୍କୁ ମୋର ଶୁଭକାମନା ।’ ଏନେଇ ଏଏନ୍ଆଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

ବାଂଲାଦେଶ ସଂସଦର ୩୦୦ଟି ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ୧୭ କୋଟିରୁ ଉଦ୍ଧ୍ୱର୍ ଭୋଟର ପଞ୍ଜିକୃତ ହୋଇଛନ୍ତି । ଭୋଟ୍ ଗ୍ରହଣ ଶେଷ ହେବା ପରେ ସୋମବାର ସୁଦ୍ଧା ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଏହି ସାଧାରଣ ନିର୍ବାଚନରେ ୨୭ଟି ରାଜନୈତିକ ଦଳର ୧୫୦୦ରୁ ଉଦ୍ଧ୍ୱ ର୍ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ସେମାନଙ୍କ ବ୍ୟତୀତ ୪୩୬ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଅଛନ୍ତି ।

Get real time updates directly on you device, subscribe now.