(Video) ବଡ଼ ପରଦାରେ ଧମାଲ କରିବ ‘ସିକନ୍ଦର’… ଚାହିଁ ବସିଛନ୍ତି ଦର୍ଶକ
ସଲମାନ ଓ ରଶ୍ମିକାଙ୍କ ଯୋଡ଼ି ଦେଖିବେ ଦର୍ଶକ । ଇଦରେ ହେବ ରିଲିଜ୍ ।
ମୁମ୍ବାଇ: ବଲିଉଡ୍ର ସବୁଠୁ ପ୍ରତିକ୍ଷିତ ଫିଲ୍ମ ‘ସିକନ୍ଦର’ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ସଲମାନଙ୍କ ଅଭିନୀତ ଏ ଫିଲ୍ମକୁ ନେଇ ଦର୍ଶକଙ୍କ ବେଶ୍ ଆଶା ଓ ଆକାଂକ୍ଷା ରହିଛି ।
ସିକନ୍ଦରର ପ୍ରଥମ ଟ୍ରେଲର ରିଲିଜ ହେବାର ୨ ମାସ ପରେ ଆଜି ଆଉ ଏକ ଟ୍ରେଲର ରିଲିଜ କରାଯାଇଛି । ଟ୍ରେଲରଟି ବେଶ୍ ଧମାକେଦାର ହୋଇଛି, ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିବାର ଦେଖା ମଧ୍ୟ ଯାଉଛି । ଭାଇଜାନ ସଲମାନଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ସିନେପ୍ରେମୀଙ୍କ ମଧ୍ୟରେ କୌତୁହଳ ମଧ୍ୟ ଦେଖିବାକୁ ମିଳିଛି ।
ଫିଲ୍ମରେ ସଲମାନଙ୍କ ବ୍ୟତୀତ ରଶ୍ମିକା ମନ୍ଦନା ମଧ୍ୟ ନଜରକୁ ଆସିବେ । ସିକନ୍ଦରରେ ରଶ୍ମିକା ସଲମାନଙ୍କ ସହ ରୋମାନ୍ସ କରିବାର ମଧ୍ୟ ନଜରକୁ ଆସିବେ । ଏମାନଙ୍କ ଛଡ଼ା ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ପ୍ରତୀକ ବବ୍ୱର, କଟପ୍ପା ଚରିତ୍ରରେ ଫେମସ ହୋଇଥିବା ସତ୍ୟରାଜ ଏହି ଫିଲ୍ମରେ ଭିଲେନ୍ ଚରିତ୍ରରେ ନଜର ଆସିବେ ।
ଏହାଛଡ଼ା ଫିଲ୍ମରେ କାଜଲ ଅଗ୍ରୱାଲ, ଅଞ୍ଜଲି ଧୱନ, ଶରମନ ଯୋଶୀ ମଧ୍ୟ ଅଭିନୟ କରିଛନ୍ତି । ସିକନ୍ଦର ଜରିଆରେ ଶରମନ ବହୁତ ସମୟ ବ୍ୟବଧାନରେ ବଡ଼ ପରଦାରେ କମବ୍ୟାକ୍ କରିବାକୁ ଯାଉଛନ୍ତି ।