fbpx

(Video) ପୁଣି କ୍ରିକେଟକୁ ଫେରିବେ ଶିଖର ଧୱନ! ‘ଗବ୍ବର’ଙ୍କ ଅବସର ଭିଡିଓରୁ ମିଳିଲା ସଂକେତ…

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ‘ଗବ୍ବର’ ଶିଖର ଧୱନ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ନିଜ ଟ୍ୱିଟର ଆକାଉଣ୍ଟରେ ୧.୧୭ ମିନିଟର ଏକ ଭିଡିଓ ପୋଷ୍ଟ କରିକ୍ରିକେଟ ଜଗତରୁ ବିଦାୟ ନେଇଛନ୍ତି ଶିଖର । ଏହି ଭିଡିଓରେ ଅନ୍ତର୍ଜାତୀୟ କ୍ରିକେଟ ଏବଂ ଘରୋଇ କ୍ରିକେଟରୁ ବିଦାୟ ନେଉଥିବା ଧୱନ ପ୍ରକାଶ କରିଛନ୍ତି । କିନ୍ତୁ ସେ ପୁଣିଥରେ କ୍ରିକେଟ ମଇଦାନକୁ ଫେରିବେ ବୋଲି ଦାବି କରିଛନ୍ତି ତାଙ୍କ ଫ୍ୟାନ୍ସ । ଆସନ୍ତାବର୍ଷ ଆଇପିଏଲ ଜରିଆରେ ଧୱନଙ୍କୁ ପୁଣି ଆକ୍ସନରେ ଦେଖାଯାଇପାରେ ।

ଅବସର ନେଇ ଧୱନ ଜାରି କରିଥିବା ଭିଡିଓରେ ଅନ୍ତର୍ଜାତୀୟ କ୍ରିକେଟ ଏବଂ ଘରୋଇ କ୍ରିକେଟରୁ ଅବସର ନେଇ ସେ ସ୍ପଷ୍ଟ କରିଛନ୍ତି । କିନ୍ତୁ ଏହି ଭିଡିଓରେ ସେ ଆଇପିଏଲକୁ ନେଇ କୌଣସି ସୂଚନା ଦେଇନାହାନ୍ତି । ତେଣୁ ଏଥିରୁ ଅନୁମାନ କରାଯାଉଛି ଯେ, ସେ ଟି-୨୦ ଲିଗ୍ ଖେଳିବା ଜାରି ରଖିବେ । ଆସନ୍ତା ଆଇପିଏଲ-୨୦୨୫ରେ ଶିଖର ଧୱନ ପୁଣିଥରେ କ୍ରିକେଟକୁ କମବ୍ୟାକ କରିପାରନ୍ତି ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଟିମ ଇଣ୍ଡିଆରେ ଗବର ନାମରେ ପରିଚିତ ଶିଖର ଧୱନ ଅଚାନକ ଅନ୍ତର୍ଜାତୀୟ କ୍ରିକେଟ ଏବଂ ଘରୋଇ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେ କ୍ରିକେଟକୁ ଅଲବିଦା କହିଛନ୍ତି । ପ୍ରାୟ ଦେଢ ବର୍ଷରୁ ଟିମ ଇଣ୍ଡିଆରେ ସ୍ଥାନ ମିଳିନଥିବା ବେଳେ ବର୍ତ୍ତମାନ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଶିଖର ଧୱନ । ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଯେ, ମୁଁ ମୋର କ୍ରିକେଟ ଯାତ୍ରାର ଏହି ଅଧ୍ୟାୟ ସମାପ୍ତ କରୁଛି । ତେଣୁ ମୋ ସହ ଅନେକ ଐତିହାସିକ ମୁହୂର୍ତ୍ତ, ସ୍ମୃତି ନେଇ କ୍ରିକେଟରୁ ମୁଁ ବିଦାୟ ନେଉଛି । ସମର୍ତନ ଏବଂ ଭଲ ପାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ୍! ଜୟ ହିନ୍ଦ୍…

Get real time updates directly on you device, subscribe now.