fbpx
BJD SKY
BJD SKY

ଆଉ ଏକ ଭାରତୀୟ କମ୍ପାନି ପ୍ରସ୍ତୁତ କରିବ ‘ସ୍ପୁଟନିକ୍-ଭି’

BJD

ନୂଆଦିଲ୍ଲୀ,୧୭।୫(ଓଡ଼ିଶା ଭାସ୍କର): ମହାମାରୀ କରୋନା କବଳରେ କଲବଲ ହେଉଛି ସାରା ଦେଶ । ସବୁଠି ଶୁଭୁଛି କରୁଣ ସ୍ୱର । କେବେ ହଟିବ ଏ ମହାମାରୀ? ଏହି ଚିନ୍ତାରେ ସାରା ଦେଶବାସୀ । ମହାମାରୀର ଦ୍ୱିତୀୟ ଲହରରେ କୋଟିକୋଟି ଜନତା ନୟାନ୍ତ ହୋଇପଡ଼ିଲେଣି । ଏଥିପାଇଁ ବିଶେଷଜ୍ଞମାନେ ମଧ୍ୟ ଅହରହ ଉଦ୍ୟମ କରୁଛନ୍ତି ଟିକା ପ୍ରସ୍ତୁତି ପାଇଁ । ଏଭଳି ସ୍ଥିତିରେ ଭାରତ ପାଇଁ ଆଉ ଏକ ଖୁସି ଖବର ଆସିଛି । ଦେଶରେ ଆଉ ଏକ କମ୍ପାନି ସ୍ପୁଟନିକ୍-ଭି ଟିକା ପ୍ରସ୍ତୁତ କରିବାକୁ ଅନୁମତି ପାଇଛି ।

ଇତିମଧ୍ୟରେ ବିଭିନ୍ନ ରାଷ୍ଟ୍ର ଟିକା ପ୍ରସ୍ତୁତ କରିସାରିଲେଣି । ଭାରତରେ ମଧ୍ୟ କୋଭିଶିଲ୍ଡ ଓ କୋଭାକ୍ସିନ୍ ଟିକା ପ୍ରସ୍ତୁତ ହୋଇସାରିଛି । କିନ୍ତୁ ବଢ଼ିଚାଲିଥିବା ସଂକ୍ରମଣ ଓ ସମସ୍ତଙ୍କୁ ଟିକାକରଣ ପାଇଁଁ ଅନ୍ୟ ଦେଶରୁ ଟିକା ଆମଦାନି କରିବା ଓ ସେଭଳି ଟିକା ପ୍ରସ୍ତୁତ ପାଇଁ ଦେଶରେ ଉଦ୍ୟମ ଚାଲିଛି । ସମ୍ପ୍ରତି ରୁଷ୍ ପ୍ରସ୍ତୁତ କରିଥିବା ସ୍ପୁଟନିକ୍-ଭି ଟିକା ପ୍ରତି ବହୁ ଦେଶ ଅଧିକ ଭରସା କରୁଥିବା ସୂଚନା ମିଳୁଛି । ଭାରତରେ ଏଭଳି ଟିକା ପାଇଁ ଡ. ରେଡ୍ଡି କମ୍ପାନି ପ୍ରସ୍ତୁତି ଚଳାଇଥିବାବେଳେ ପୁଣି ଏକ ସନ୍ତୋଷଜନକ ଖବର ମିଳିଛି । ଶିଳ୍ପା ମେଡିକେୟାର୍ କମ୍ପାନି ୫୦ ମିଲିଅନ୍ ଡୋଜ୍ ସ୍ପୁଟନିକ୍-ଭି ଟିକା ପ୍ରସ୍ତୁତ କରିବାକୁ ଅନୁମତି ପାଇଛି । କମ୍ପାନି ଆସନ୍ତା ୧୨ ମାସ ମଧ୍ୟରେ ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରିବାକୁ ଅନୁବନ୍ଧିତ ହୋଇଛି । ଆନ୍ଧ୍ରପ୍ରଦେଶର ରାଇଚୁର୍ସ୍ଥିତ କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ଥିବାବେଳେ ଏହା ୧୯୮୭ରେ ପ୍ରତିଷ୍ଠା ହୋଇଥିଲା । ବର୍ତ୍ତମାନ ଏହି କମ୍ପାନି ଟିକା ପ୍ରସ୍ତୁତି ପାଇଁ ଡ. ରେଡ୍ଡି ସଂସ୍ଥା ସହ ଚୁକ୍ତି କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.