Earthquake Today: ଦିଲ୍ଲୀ ପରେ ଏବେ ଥରିଲା ହିମାଚଳ, ସକାଳୁ ସକାଳୁ ଦୋହଲିଲା ମାଟି
ଶୁକ୍ରବାର ସକାଳେ ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ 3.5 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି ।
ନୂଆଦିଲ୍ଲୀ: ହରିୟାଣା ଏବଂ ଦିଲ୍ଲୀ ଏନସିଆର ପରେ ଏବେ ହିମାଚଳ ପ୍ରଦେଶରେ ଭୂମିକମ୍ପ ହୋଇଛି । ଆଜି ସକାଳୁ ସକାଳୁ ଥରିଛି ମାଟି ।
ଥରିଲା ଚମ୍ବା- ଆଜି ସକାଳେ ଚମ୍ବା ଜିଲ୍ଲାରେ ଭୂମିକମ୍ପ ହୋଇଥିଲା। ଶୁକ୍ରବାର ସକାଳେ ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଭାରତୀୟ ସମୟ ଅନୁସାରେ, ଏହି ଭୂମିକମ୍ପ ସକାଳ 6ଟା23ରେ ହୋଇଥିବା ବେଳେ 56 ସେକେଣ୍ଡରେ ଆସିଥିଲା।
ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ମାପ କରାଯାଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଚମ୍ବା ଅଞ୍ଚଳରେ 32.36 ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ 76.18 ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା । ଯାହାର ଗଭୀରତା ଭୂମିଠାରୁ ପ୍ରାୟ 5 କିଲୋମିଟର ତଳେ ଥିବା ନେଇ ସୂଚନା ରହିଛି ।
ମୃଦୁ ଭୂକମ୍ପ- ପାଣିପାଗ ବିଭାଗ ଭୂମିକମ୍ପ ନେଇ ନିଶ୍ଚିତ କରିଛି । ଯଦିଓ ଭୂମିକମ୍ପ ଝଟକା ଅଞ୍ଚଳରେ ଏକ ମୃଦୁ ଆତଙ୍କ ସୃଷ୍ଟି କରିଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର କୌଣସି ରିପୋର୍ଟ ନାହିଁ । ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି ।
ପ୍ରକାଶଥାଉକି, ଏହା ପୂର୍ବରୁ ଗୁରୁବାର ଦିଲ୍ଲୀ ଏନସିଆରରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ହରିୟାଣାର ରେୱାରିର ଗୁରୱାଡା ଗାଁ ଏହାର କେନ୍ଦ୍ରସ୍ଥଳ ଥିଲା। ଏଠାରେ ଦୁଇଥର ଭୂମିକମ୍ପ ହୋଇଥିଲା। କିନ୍ତୁ ସୌଭାଗ୍ୟବଶତଃ କୌଣସି କ୍ଷୟକ୍ଷତି ହୋଇନାହିଁ ।