ଦୀର୍ଘ ୩୨ ବର୍ଷ ପରେ ଖୋଲିଲା ଏହି ଶିବ ମନ୍ଦିର, ବିବାଦୀୟ ବାବରୀ ଢାଞ୍ଚା ଭାଙ୍ଗିବା ପରେ ହୋଇଥିଲା ବନ୍ଦ

ନୂଆଦିଲ୍ଲୀ: ଅଯୋଧ୍ୟାର କୋତବାଲୀ ଥାନା ଅନ୍ତର୍ଗତ ମୁସଲିମ ବହୁଳ ଅଞ୍ଚଳ ସ୍ଥିତ ଏକ ବନ୍ଦ ପଡିଥିବା ଶିବ ମନ୍ଦିରକୁ ୩୨ ବର୍ଷ ପରେ ଖୋଲାଯାଇଛି। ଏହି ମନ୍ଦିର ୧୯୯୨ରେ ଅଯୋଧ୍ୟାର ବିବାଦୀୟ ବାବରୀ ଢାଞ୍ଚାକୁ ଭଙ୍ଗାଯିବା ପରଠାରୁ ଏହା ବନ୍ଦ ପଡିଥିଲା। ସୋମବାର ଦିନ ମନ୍ଦିରକୁ ପୁନଃ ଖନନ ପାଇଁ ଆୟୋଜିତ ଶୁଦ୍ଧ ସମାରୋହ ଏବଂ ହୋମ ପୂଜା ଶାନ୍ତିପୂର୍ଣ୍ଣ ଭାବେ ସଂପର୍ଣ୍ଣ ହୋଇଛି। ଏହି ଅବସରରେ ସ୍ଥାନୀୟ ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ସ୍ୱାମୀ ଯଶବୀର ମହାରାଜଙ୍କ ନେତୃତ୍ୱରେ ପୂଜାର୍ଚ୍ଚନା କରାଯାଇଛି ଏବଂ ମନ୍ଦିରରେ ଶ୍ରଦ୍ଧାର ସହ ଦର୍ଶନ କରିଛନ୍ତି।

ମ୍ୟୁନିସିପାଲିଟି ମାଜିଷ୍ଟ୍ରେଟ ବିକାଶ କାଶ୍ୟପ କହିଛି ଯେ, ମନ୍ଦିରରେ ସମସ୍ତ ଧାର୍ମିକ କାର୍ଯ୍ୟ ଶାନ୍ତି ଏବଂ ସୌହାର୍ଦ୍ଧ୍ୟ ସହ ସଂପର୍ଣ୍ଣ ହୋଇଛି। ସ୍ୱାମୀ ଯଶବୀର ମହାରାଜଙ୍କ ନେତୃତ୍ୱରେ ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ମନ୍ଦିରରେ ହୋମ ପୂଜା କରିଛନ୍ତି, ଏଥିରେ ସ୍ଥାନୀୟ ମୁସଲମାନମାନେ ସ୍ୱାମୀ ଯଶବୀର ମହାରାଜ ଏବଂ ତାଙ୍କ ସହ ଆସିଥିବା ହିନ୍ଦୁ କାର୍ଯ୍ୟକର୍ତ୍ତାମାନଙ୍କୁ ସ୍ୱାଗତ କରିଛନ୍ତିଏବଂ ମନ୍ଦିରର ଗଳିରେ ପୁଷ୍ପ ବର୍ଷା କରିଛନ୍ତି, ଯାହା ଅଞ୍ଚଳରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ପ୍ରତୀକ ସାଜିଛି।