fbpx

ସୁପର ଜିଆଣ୍ଟସକୁ ସୁପର ଝଟକା, ରାହୁଲଙ୍କ ହାତ ଛାଡ଼ିଲେ ଷ୍ଟାର ବୋଲର: ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲେ ଶିବମ ମାଭି

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ରୋୟଲ ଚାଳେଞ୍ଜର୍ସ ବେଙ୍ଗଲୁରୁକୁ ୨୮ ରନରେ ମାତ୍ ଦେଇ ଦଳ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚିଛି । କିନ୍ତୁ ଏହା ମଧ୍ୟରେ ସୁପର ଜିଆଣ୍ଟସ ତଥା ଅଧିନାୟକ କେ.ଏଲ ରାହୁଲଙ୍କୁ ଏକ ଶକ୍ତ ଝଟକା ଲାଗିଛି । ଦଳରେ ଜଣେ ମହଙ୍ଗା ଷ୍ଟାର ବୋଲର ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ୬.୪ କୋଟିରେ ସୁପର ଜିଆଣ୍ଟସ ସହ ସାମିଲ ହୋଇଥିବା ଶିବମ ମାଭି ଏହି ଟୁର୍ଣ୍ଣାମେଣ୍ଟର ବାକି ସମସ୍ତ ମ୍ୟାଚରେ ଖେଳିପାରିବେ ନାହିଁ । ଏ ନେଇ ଏକ ଭିଡିଓ ସେୟାର କରି ସୂଚନା ଦେଇଛି ଲକ୍ଷେ୍ନø ସୁପର ଜିଆଣ୍ଟସ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ଏଥିରେ ଦଳର ଷ୍ଟାର ବୋଲର ଶିବମ ମାଭି ଆହତ ସମସ୍ୟା ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିବା ନେଇ ସୂଚନା ଦେଇଛନ୍ତି । ଶିବମ କହିଛନ୍ତି ଯେ, ମୁଁ ଆହତ ସମସ୍ୟାରୁ ସୁସ୍ଥ ହୋଇ ଦଳରେ ସାମିଲ ହୋଇଥିଲି । ଭାବିଥିଲି ମ୍ୟାଚ ଖେଳିବା ପାଇଁ ସୁଯୋଗ ମିଳିବ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ଆହତ ସମସ୍ୟା ଯୋଗୁଁ ମୋତେ ଯିବାକୁ ହେବ । ତେବେ ଦଳରୁ ବାଦ୍ ପଡ଼ିବା ପରେ ମଧ୍ୟ ସେ ଦଳକୁ ଚିଆର୍ କରିବେ ବୋଲି କହିଛନ୍ତି ଶିବମ୍ । ଚଳିତ ସିଜନରେ ସୁପର ଜିଆଣ୍ଟସ ଶିବମଙ୍କୁ ୬.୪ କୋଟିରେ ଦଳରେ ସାମିଲ କରିଥିବା ବେଳେ କୌଣସି ମ୍ୟାଚରେ ଖେଳିବା ପାଇଁ ତାଙ୍କୁ ସୁଯୋଗ ମିଳିନାହିଁ ।

ଶିବମଙ୍କ ଆହତ ସମସ୍ୟା ଏବଂ ଉପଲବ୍ଧିକୁ ନେଇ ସୁପର ଜିଅଣ୍ଟସ ପକ୍ଷରୁ କୁହାଯାଇଛି ଯେ, ଦଳର ଷ୍ଟାର ବୋଲର ଶିବମ ମାଭି ଦୁର୍ଭାଗ୍ୟବଶତଃ ଆହତ ହୋଇ ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚରୁ ବାଦ୍ ପଡ଼ିଛନ୍ତି । ଅକ୍ସନ ପରେ ଗତ ଡିସେମ୍ବର ମାସରେ ସୁପର ଜିଆଣ୍ଟସ କ୍ୟାମ୍ପରେ ପ୍ରି-ସିଜନ ପାଇଁ ଯୋଡ଼ି ହୋଇଥିଲେ ଶିବମ । ତେବେ ଖୁବଶୀଘ୍ର ସୁସ୍ଥ ହୋଇ କମବାକ କରିବାକୁ କହିଛି ଦଳ । ୨୦୧୮ ମସିହାରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଆଇପିଏଲ ଡେବ୍ୟୁ କରିଥିଲେ ଶବମ ମାଭି । ଏହା ମଧ୍ୟରେ ସେ ମୋଟ ୩୨ଟି ମ୍ୟାଚରୁ ୩୦ଟି ୱିକେଟ ହାସଲ କରିଛନ୍ତି ।

Get real time updates directly on you device, subscribe now.