ଅବିବାହିତ ଝିଅ ଜାଗର ବ୍ରତ ରଖିବା ପୂର୍ବରୁ ଜାଣନ୍ତୁ ଏହି ୭ଟି ନିୟମ, ଶିବ-ପାର୍ବତୀଙ୍କ କୃପାରେ ମିଳିବ ମନଚାହୁଁଥିବା ବର
ମହାଶିବରାତ୍ରୀରେ କୁଆଁରୀ ଝିଅମାନେ ଜାଣନ୍ତୁ ବ୍ରତର ନିୟମ, ମନ ଚାହୁଁଥିବା ମିଳିବ ବର
ଓଡ଼ିଶା ଭାସ୍କର: ଫାଲଗୁନ ମାସ କୃଷ୍ଣ ପକ୍ଷର ଚତୁର୍ଦଶୀ ତିଥିର ଖାସ ମହତ୍ତ୍ୱ ହେଉଛି, ଏହି ଦିନ ମାଆ ପାର୍ବତୀ ଏବଂ ମହାଦେବଙ୍କର ମିଳନ ହୋଇଥିଲା। ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ କଥାନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ବିଷ ସମଗ୍ର ବିଶ୍ୱରେ ବ୍ୟାପିଯାଇଥିଲା।
ଦେବଗଣଙ୍କ ନିବେଦନ ପରେ ପ୍ରଭୁ ଶଙ୍କର ଏହି ବିଷ ପାନ କରି ନିଜ କଣ୍ଠରେ ଧାରଣ କରିଥିଲେ। ଏଥିପାଇଁ ପ୍ରଭୁଙ୍କୁ ଜାଗ୍ରତ କରିବା ପାଇଁ ସମସ୍ତେ ରାତିସାରା ଉଜାଗର ରହି ପ୍ରଭୁଙ୍କ ଉପରେ ଜଳାଭିଷେକ କରୁଥିଲେ।
ଏଥିପାଇଁ ଏହି ଦିନକୁ ଜାଗର ବା ମହାଶିବରାତ୍ରୀ ଭାବେ ପାଳନ କରାଯାଇଥାଏ। ଏହି ବ୍ରତ ଯିଏ ରଖେ ତାର ସମସ୍ତ ମନୋସ୍କାମନା ପୂର୍ଣ୍ଣ କରନ୍ତି ମାଆ ପାର୍ବତୀ ଏବଂ ଶଙ୍କର।
ତେବେ ଆଜି ଏହି ପବିତ୍ର ବ୍ରତ ପାଳନ କରୁଛି ସାରା ଦେଶ। ଏଥିପାଇଁ ସବୁ ଶୈବପୀଠ ଉତ୍ସବମୁଖର ହୋଇଉଠିଛି। ଏହି ବ୍ରତ ବିବାହିତଙ୍କ ସହ ଅବିବାହିତ ପୁରୁଷ ନାରୀ କରିପାରିବେ।
ଖାସକରି କୁଆଁରୀ ଝିଅମାନେ ଯୋଗ୍ୟ ଜୀବନସାଥୀ ପାଇଁ ଏହି ବ୍ରତ ରଖିଥାଆନ୍ତି। ବ୍ରତ ଆରମ୍ଭ ହେବାଠାରୁ ନେଇ ସମାପନ ପର୍ଯ୍ୟନ୍ତ କୁଆଁରୀ ଝିଅଙ୍କୁ ଅନେକ କଥା ଉପରେ ଧ୍ୟାନ ରଖିବା ଆବଶ୍ୟକ। ନଚେତ ପୂଜାର ପୂର୍ଣ୍ଣ ଫଳ ମିଳିବ ନାହିଁ।
ଆସନ୍ତୁ ଜାଣିବା, ମହାଶିବରାତ୍ରୀ ବ୍ରତ ସହ ଜଡ଼ିତ ୭ଟି ନୟମ ବିଷୟରେ ଜାଣିବା, ଯାହାର ପାଳନ କୁଆଁରୀ ଝିଅ ଅବଶ୍ୟ ପାଳନ କରିବା ଆବଶ୍ୟକ।
ମହାଶିବରାତ୍ରୀ ବ୍ରତ ସହ ଜଡିତ ନିୟମ:
-ବ୍ରତ ଦିନ ସକାଳ ସମୟରେ ଉଠି ଗଙ୍ଗାଜଳରେ ସ୍ନାନ କରିବା ଆବଶ୍ୟକ।
-ସୁଦ୍ଧ ନୀଳ ରଙ୍ଗର ବସ୍ତ୍ର ପିନ୍ଧିବା ଆବଶ୍ୟକ।
-ପୂଜା ଘରକୁ ଗଙ୍ଗାଜଳରେ ସଫା କରିବା ଆବଶ୍ୟକ।
-ବ୍ରହ୍ମ ମୁହୂର୍ତ୍ତରେ ହାତ ଯୋଡି ଭଗବାନ ଶିବ ଏବଂ ମାଆ ପାର୍ବତୀଙ୍କୁ ସ୍ମରଣ କରି ବ୍ରତର ସଂକଳ୍ପ ନିଅନ୍ତୁ।
-ପୂଜା ଘରେ ଏକ ଚୌକି ରଖନ୍ତୁ। ଏହା ଉପରେ ନାଲି ରଙ୍ଗର କପଡା ବିଛାନ୍ତୁ। ଏହା ଉପରେ ଭଗବାନ ଶିବ ଏବଂ ମାଆ ପାର୍ବତୀଙ୍କ ଡୋଡ଼ି ଫଟୋ ବା ମୂର୍ତ୍ତିକୁ ସ୍ଥାପନ କରନ୍ତୁ। ଏହାପରେ ଥାଳି ଉପରେ ଶିବଲିଙ୍ଗ ରଖନ୍ତୁ।
-ଶିବଙ୍କୁ ଦହି, ବେଲପତ୍ର, ଦୁଦୁରା, କ୍ଷୀର, ମହୁ, ଘିଅ, ଚନ୍ଦନ, ରୁଦ୍ରାକ୍ଷର ମାଳା, ଫୁଲ, ମିଠା ଏବଂ ଅକ୍ଷତ ଅପ୍ରଣ କରନ୍ତୁ। ଦେବୀ ପାର୍ବତୀଙ୍କୁ ସଙ୍ଖା ସିନ୍ଦୁର ଅର୍ପଣ କରନ୍ତୁ ଏବଂ ଶିବଲିଙ୍ଗକୁ କ୍ଷୀର ଏବଂ ଦହିରେ ଅଭିଶେକ କରନ୍ତୁ। ଏହି ସମୟରେ ଓଁ ନମଃ ଶିବାୟ ଜପ କରନ୍ତୁ।
-ଆସନ୍ତା କାଲି ବା ବ୍ରତର ପର ଦିନ ଶୁଭ ମୁହୂର୍ତ୍ତରେ ବ୍ରତ ସମାପନ କରନ୍ତୁ।