fbpx

ମହାରାଷ୍ଟ୍ର ପ୍ରସଙ୍ଗ: ପୁଣି ସୁପ୍ରିମକୋର୍ଟ ଗଲେ ୩ ଦଳ

Advertisement

ନୂଆଦିଲ୍ଲୀ,୨୬ ।୧୧: ମହାରାଷ୍ଟ୍ର ମାମଲାରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶିବସେନା, କଂଗ୍ରେସ ଓ ଏନସିପି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଫଡ଼ନାଭିସ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ଆବେଦନ କରାଯାଇଛି । ବିଧାନସଭାରେ ଶକ୍ତି ପରୀକ୍ଷଣ ହେବା ଯାଏଁ ନିଷ୍ପତ୍ତି ଉପରେ ରୋକ ଲାଗୁ କରିବାକୁ ଆବେଦନ କରିଛନ୍ତି ୩ ଦଳ । ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତ ପାୱାରଙ୍କ ବିରୋଧରେ କ୍ଲିନଚିଟ୍ ନେଇ ମଧ୍ୟ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଏହି ୩ଟି ଦଳ ।
ତେବେ ଆଜି ଆସିବ ମହାରାଷ୍ଟ୍ର ମାମଲାର ରାୟ । ବହୁମତ ପରୀକ୍ଷା ପାଇଁ ଏହି ଶିବସେନା, କଂଗ୍ରେସ ଓ ଏନସିପି ପକ୍ଷରୁ ଆବେଦନ ହୋଇଥିଲା ।

Get real time updates directly on you device, subscribe now.