fbpx

Video; ରାତି ଅଧରେ ଅଭିଯୋଗ ରଖିଲେନି ଥାନା କର୍ମଚାରୀ, ଥାନାରୁ ବାହାର କରିଦେଲେ SP…

Advertisement

ନୟାଗଡ଼: (ଓଡ଼ିଶା ଭାସ୍କର) ଆକ୍ସନ ମୁଡରେ ନୟାଗଡ଼ ଏସ୍‌ପି ରାହୁଲ ଜୈନ । ରାତି ଅଧରେ ଅଭିଯୋଗ ରଖିଲେନି ଥାନା କର୍ମଚାରୀ । ରାଗି ଗଲେ ଏସ୍‌ପି, ଆଉ ରାତାରାତି କଲେ ନିଲମ୍ବନ । କର୍ତ୍ତବ୍ୟରେ ଅବହେଳା ପାଇଁ ୩ ଜଣଙ୍କୁ ବାହାର କରିଦେଲେ । ନିଜ କର୍ତ୍ତବ୍ୟ ଆଉ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ଚର୍ଚ୍ଚାରେ ଏସ୍‌ପି ସାର । ରାତି ଅଧ ହେଲେ ବି ଲୋକଙ୍କ ସମସ୍ୟା ଶୁଣି ଅଭିଯୋଗ ରଖିବା ବଦଳରେ କାହିଁକି ଥାନାରୁ ତଡିଦେଲ?

ନିଜ ଜୋନ ଥାନାର କର୍ମଚାରୀଙ୍କ ଏଭଳି କାମକୁ ନେଇ ଏବେ ଆକ୍ସନ ମୋଡକୁ ଆସିଛନ୍ତି ଏସ୍‌ପି ରାହୁଲ ଜୈନ । ଅଭିଯୋଗ ହେବା ପରେ ୩ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରିଛନ୍ତି ଏସ୍‌ପି । ନିଲମ୍ବିତ ହୋଇଥିବା ପୋଲିସ୍ କର୍ମଚାରୀମାନେ ହେଲେ ନୟାଗଡ଼ ସଦର ଥାନାର SI ହାସିନା ପ୍ରଧାନ, ASI ରାଜେଶ୍ୱରୀ ନାୟକ, କନେଷ୍ଟବଲ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ସେମାନେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ପରେ ଏଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଗତ ସୋମବାର ବିଳମ୍ବିତ ରାତିରେ ସଦର ଥାନା ଗୋଳଗୋଳା ଗାଁରେ ବଡ଼ ଧରଣର ସିରିଜ ଚୋରି ହୋଇଥିଲା କ୍ଷ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି ଅଭିଯୋଗ ନେଇ ରାତାରାତି ଥାନାକୁ ଆସିଥିଲେ ଅଭିଯୋଗକାରୀ । ତୁରନ୍ତ ତାଙ୍କୁ ପୁଲିସ ସେବା ଯୋଗାଇ ଦେବା ପରିବର୍ତ୍ତେ ସକାଳୁ ଆସ କହି ତଡ଼ି ଦେଇଥିଲେ ଦାୟିତ୍ୱରେ ଥିବା ଏହି ୩ ପୁଲିସ କର୍ମଚାରୀ ।

Get real time updates directly on you device, subscribe now.