fbpx

ଭାରତ ବାୟୋଟେକକୁ ଝଟକା, କୋଭାକ୍ସିନର ଯୋଗାଣ ରୋକିଲା ହୁ

ନୂଆଦିଲ୍ଲୀ: ଭାରତ ବାୟୋଟେକକୁ ପୁଣି ଥରେ ଝଟକା। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ହୁ) ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ କୋଭାକ୍ସିନର ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛି। ନୀରିକ୍ଷଣରେ ମିଳିଥିବା ତ୍ରୁଟିର ସୁଧାର ଏବଂ ଏହାର ନବୀକରଣ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ହୁ କହିଛି। ହୁର ବୟାନ ଅନୁଯାୟୀ, ଭ୍ୟାକ୍ସିନ ପାଇଥିବା ଦେଶଗୁଡିକୁ ଉଚିତ୍ ପଦକ୍ଷେପ ନେବାକୁ କୁହାଯାଇଛି। ମାତ୍ର ଏହା ସ୍ପଷ୍ଟ ହୋଇ ନାହିଁ ଯେ, ପଦକ୍ଷେପରେ କଣ ନିଆଯିବ।

ଡବ୍ଲ୍ୟୁଏଚଓ କହିଛି, ଟିକା ପ୍ରଭାବୀ ଏବଂ ସୁରକ୍ଷାକୁ ନେଇ କୌଣସି ଚିନ୍ତା ନାହିଁ ମାତ୍ର ରପ୍ତାନୀ ପାଇଁ ଉତ୍ପାଦନକୁ ସ୍ଥଗିତ କଲେ କୋଭାକ୍ସିନ ଯୋଗାଣ ବାଧାପ୍ରାପ୍ତ ହେବ। ତଥାପି କିଛି ଦିନ ଏଥିରେ ଦେଖା ଦେଇଥିବା ତ୍ରୁଟି ସୁଧାର ପାଇଁ ଯୋଗାଣ ଉପରେ ରୋକ୍ ଲଗାଯାଇଛି। ଭ୍ୟାକ୍ସିନ ନିର୍ମାତାକାରୀ ସଂସ୍ଥା ମଧ୍ୟ କୋଭାକ୍ସିନ ଯୋଗାଣ ନିଲମ୍ବନ କରାଯାଇଥିବାର ସଙ୍କେତ ଦେଇଛି।

ଏହା ପୂର୍ବରୁ ଭାରତ ବାୟୋଟକ କହିଥିଲା, ସମସ୍ତ ମ୍ୟାନୁଫେକଚରିଂ ୟୁନିଟରେ କୋଭିଡ୍-୧୯ର ଟିକା କୋଭାକ୍ସିନର ଉତ୍ପାଦନକୁ ଅସ୍ଥାୟୀ ଭାବେ କମ କରାଯାଇଛି। କମ୍ପାନୀ କହିଛି। ଏହି ସଂପର୍କରେ ଔଷଧ କିଣୁଥିବା ଏଜେନ୍ସିକୁ ସୂଚିତ କରି ଦିଆଯାଇଛି। ତେଣୁ ଏବେ କୋଭାକ୍ସିନର ଚାହିଦାରେ ହ୍ରାସ ଦେଖାଯାଇପାରେ। ତେଣୁ ଉତ୍ପାଦନ କମ କରାଯିବାକୁ ନିଷ୍ପତ୍ତି ହୋଇଛି।

ଭାରତ ବାୟୋଟେକ୍ ନିଜ ପ୍ରେସ ବିଜ୍ଞପ୍ତିରେ କହିଛି, ଆଗାମୀ ଅବଧି ପାଇଁ କମ୍ପାନୀ ରକ୍ଷଣାବେକ୍ଷଣ, ପ୍ରକ୍ରିୟା ଏବଂ ସୁବିଧା ଅନୁକୂଳ ଗତିବିଧି ଉପରେ ଧ୍ୟାନ କେନ୍ଦ୍ରିତ କରିବ।

 

Get real time updates directly on you device, subscribe now.