fbpx

ଗୁଜୁରାଟ ନିର୍ବାଚନ ଚୟନ ପୂର୍ବରୁ କେଜ୍ରିୱାଲଙ୍କୁ ଝଟକା: କଂଗ୍ରେସରେ ସାମିଲ ହେଲେ APP ନେତା

ଅହମଦାବାଦ: ବର୍ତ୍ତମାନ ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ମଇଦାନ ସଜା ଚାଲିଥିବା ବେଳେ ଦଳମାନଙ୍କ ମଧ୍ୟରେ ଅଙ୍କକଷା ଅବ୍ୟହତ ରହିଛି । ସେପଟେ ନିର୍ବାଚନ ପାଇଁ ବିଗୁଲ ମଧ୍ୟ ବାଜିସାରିଛି । କିନ୍ତୁ ଏତତ୍ ବ୍ୟତିତ ଗୁଜୁରାଟରେ ଆମଆଦମୀ ପାର୍ଟିକୁ ଝଟକା ଲାଗିଛି । କାରଣ ଆପର ନେତା ଇନ୍ଦ୍ରନୀଳ ରାଜଗୁରୁ ପାର୍ଟିକୁ ଛାଡି ପୁଣି କଂଗ୍ରେସରେ ଯୋଗ ଦେଇଛନ୍ତି । ଇନ୍ଦ୍ରନିଳ ହେଉଛନ୍ତି ଗୁଜୁରାଟର ପୂର୍ବ ବିଧାୟକ । ସେ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ଖିଲାପରେ ରାଜକୋଟ ମନୋୟନ ଲଢି ସାରିଛନ୍ତି ।ତେଣୁ ସେ ଆଗରୁ କଂଗ୍ରେସ ଦଳର ନେତା ଥିଲେ ହେଲେ କୌଣସି ରାଗ କାରଣ ବସତଃ କେଜ୍ରିୱାଲଙ୍କ ପାର୍ଟିକୁ ଆଗମନ କରିଥିଲେ । ପୂର୍ବ ବିଧାୟକ ତଥା ରାଷ୍ଟ୍ରୀୟ ସଂୟୁକ୍ତ ସଚିବ ଆପ ଇନ୍ଦ୍ରନିଳ ରାଜଗୁରୁ ଏଆଇସିସି ଗୁଜୁରାଟ ପ୍ରଭାରୀ ଡ଼ା. ରଘୁଶର୍ମା ଓ ଗୁଜାରାଟର ନେତାମାନଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଥିଲେ । ତେଣୁ ସେ ୨୦୧୨ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ କଂଗ୍ରେସ ଦଳର ବିଧାୟକ ଥିଲେ ।

ହେଲେ ବର୍ତ୍ତମାନ ଇନ୍ଦ୍ରନୀଲଙ୍କ ପୁଣିଥରେ କଂଗ୍ରେସ ଦଳକୁ ଫେରିବା ଖବର ଆମ ଆଦମୀ ପାର୍ଟିକୁ ଶକ୍ତ ଝଟକା ଦେଇଛି । ପୁରା ଘଟଣାଟି ହେଉଛି ଶୁକ୍ରବାର ମାନେ ଗତକାଲି ଅରବିନ୍ଦ କେଜ୍ରିୱାଲ ଇସୁଦାନ ଗଡ଼ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ଏନେଇ ଇନ୍ଦ୍ରନିଳ ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ଇନ୍ଦ୍ରଜିତ ଆଶା କରିଥିଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ । ଏହା ପୂର୍ବରୁ ଆପ ଇନ୍ଦ୍ରନୀଳଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ ପଦବୀରେ ରଖିଥିଲେ । ଏହିସବୁ ଘଟଣା ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣାର କିଛିଦିନ ମଧ୍ୟରେ ଘଟିଛି । ତେବେ ଇନ୍ଦ୍ରନୀଳଙ୍କ ଏହି ଦଳ ଅଦଳବଦଳ ଘଟଣା ପାଇଁ ମଇଦାନରେ ୩ଦଳ ମୁହାଁମୁହିଁ ହେବେ । ଦେଖିବାକୁ ଗଲେ ବିଜେପି ଗୁଜୁରାଟରେ ୨୭ ବର୍ଷ ହେଲାଣି ସରକାର ଆସନରେ ଗାଦିଚ୍ୟୁତ ହୋଇଛି । ପୂର୍ବ ବିଧାନସଭା ନିର୍ବାଚନ କଥା ଦେଖିଲେ କଂଗ୍ରେସ ବିଜେପିକୁ କଡା ଜବାବ ଦେଇ ୯୯ଟି ସିଟ ଅଧିକାର କରିଥିଲା । କିନ୍ତୁ ଏଥର ରାଜନୀତି ମଇଦାନରେ ତ୍ରିକୋଣୀୟ ମୁକାବୁଲା ହେବ । କାରଣ ଏପଟେ କଂଗ୍ରେସ ସହିତ ଆମ ଆଦମୀ ପାର୍ଟିର ଲଢେଇ ସହ ସେପଟେ ବିଜେପି ସହିତ କଂଗ୍ରେସ ଦଳର ଅଙ୍କକଷା ହେବ ।

Get real time updates directly on you device, subscribe now.