fbpx

ଗ୍ରାହକଙ୍କୁ ବଡ଼ ଝଟକା ଦେଲା SBI: ଏବେ ଭଡା ଆଉ EMI ପେମେଣ୍ଟ ପାଇଁ ଦେବାକୁ ପଡିବ ଅଧିକ ଚାର୍ଜ

ନୁଆଦିଲ୍ଲୀ: ଭାରତର ସର୍ବବୃହତ ବ୍ୟାଙ୍କ ଦୀପାବଳି ପୂର୍ବରୁ ଏହାର ଗ୍ରାହକମାନଙ୍କୁ ବଡ଼ ଝଟକା ଦେଇଛି। ଯଦି ଆପଣ ଏସବିଆଇ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୁର୍ଣ୍ଣ ଅଟେ। କାରଣ ଏସବିଆଇ ଘୋଷଣା କରିଛି ଯେ, ବର୍ତ୍ତମାନ କ୍ରେଡିଟ୍ କାର୍ଡର ବ୍ୟବହାର କଲେ ଗ୍ରାହକଙ୍କୁ ପ୍ରୋସେସିଂ ଫସି୍ ଲାଗୁ କରାଯିବ। ପାର୍ବଣ ଋତୁରେ ବ୍ୟାଙ୍କର ଏହି ଘୋଷଣା କ୍ରେଡିଟ୍ କାର୍ଡ ଧାରକମାନଙ୍କୁ ଚିନ୍ତାରେ ପକାଇପାରେ।

ଏସବିଆଇ ଏହାର ଗ୍ରାହକମାନଙ୍କୁ ପଠାଇଥିବା SMS ଅନୁଯାୟୀ, କ୍ରେଡିଟ୍ କାର୍ଡ ମାଧ୍ୟମରେ କରାଯାଉଥିବା ଭଡ଼ା (ରେଣ୍ଟ ପେମେଣ୍ଟ) ଉପରେ ୯୯ ଟଙ୍କା ଏବଂ ଜିଏସଟି ଚାର୍ଜ କରିବ। ଏହି ନିୟମ ନଭେମ୍ବର ୧୫ ତାରିଖରୁ ଲାଗୁ ହେବ ବୋଲି ବ୍ୟାଙ୍କ ସୂଚନା ଦେଇଛି। ଏହାବାଦ୍ ଏସବିଆଇ କମର୍ସିଆଲ ଇଏମଆଇ ପେମେଣ୍ଟ ନିୟମରେ ମଧ୍ୟ ପରିବର୍ତ୍ତନ କରିଛି। ଏହାକୁ ବ୍ୟାଙ୍କ ୯୯ ଟଙ୍କାରୁ ୧୯୯ ଟଙ୍କାକୁ ବୃଦ୍ଧି କରିଛି। ଏଭଳି କାରବାର ଉପରେ ୧୮% ଜିଏସଟି ଚାର୍ଜ ମଧ୍ୟ ଲାଗୁ ହେବ।

ଗତମାସରେ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ କ୍ରେଡିଟ୍ କାର୍ଡ ମାଧ୍ୟମରେ କରାଯାଉଥିବା ରେଣ୍ଟ ପେମେଣ୍ଟ ଉପରେ ୧% ହାରରେ ପ୍ରୋସେସିଂ ଫିସ୍ ଲାଗୁ କରିବାକୁ ଘୋଷଣା କରିଥିଲା। ଏହି ପ୍ରୋସେସିଂ ଫିସ୍ ୨୦ ଅକ୍ଟୋବରରୁ ଲାଗୁ ହେବ।

Get real time updates directly on you device, subscribe now.