fbpx
BSKY SKY
BSKY SKY

ଅନୁମତି ବିନା ବାଣ ଦୋକାନ ମନା: କଟକ ଡିସିପି

BSKY

କଟକ:ଆଉ କିଛିଦିନ ପରେ ଦେଶ ତଥା ରାଜ୍ୟରେ ପାଳିତ ହେବ ଆଲୋକର ପର୍ବ ଦୀପାବଳି । ଯାହାକୁ ନେଇ ବର୍ତ୍ତମାନ ଚଳଚଞ୍ଚଳ ହୋଇଛି ଗାଁ ଠାରୁ ସହର । ଏହାରି ମଧ୍ୟରେ ବାଣ ଦୋକାନରେ ମଧ୍ୟ ଭିଡ ଜମୁଥିବା ଜଣାପଡିଛି । ତେବେ ଏହି ଦୀପାବଳିରେ ବେଆଇନ ବାଣବିକ୍ରିକୁ ରୋକିବା ଏବଂ ଅନୁମତି ସହ ବାଣ ଦୋକାନ ଖୋଲିବା ନେଇ କଟକ ଡିସିପି ପିନାକି ମିଶ୍ର ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ବିନା ଲାଇସେନ୍ସରେ କଟକରେ କେହି ବାଣ ଦୋକାନ ଖୋଲିପାରିବେ ନାହିଁ କିମ୍ବା ବାଣବିକ୍ରି କରିପାରିବେ ନାହିଁ ।

ତେବେ ଦୀପାବଳିରେ ଯଦି କେହି ବାଣ ଦୋକାନ ଖୋଲିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ପ୍ରଥମେ ଆବେଦନ କରିବାକୁ ପଡିବ । ଏହାପରେ ଆବେଦନକୁ ଆଧାର କରି ବାଣ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯିବ । ତେବେ ଡିସିପି ଆହୁରୀ ମଧ୍ୟ ସୂଚନା ଦେଇଛନ୍ତି ଯେ ଯେଉମାନଙ୍କୁ ଏହି ବାଣ ଦୋକାନର ଅନୁମତି ମିଳିବ ସେମାନେ ପୂର୍ବଭଳି କେବଳ ଖୋଲାସ୍ଥାନରେ ବାଣ ଦୋକାନ ଖୋଲିପାରିବେ । ତେବେ ଯଦି କେହି ବିନା ଅନୁମତିରେ ବାଣ ଦୋକାନ ଖୋଲିବ, ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.