fbpx

ACF ମାମଲାରେ ଚାଞ୍ଚଲ୍ୟକର ତଥ୍ୟ: ଜଗୁଆଳିି କହିଲେ-‘ ସୌମ୍ୟ ସାରଙ୍କ ଘରକୁ DFO ଯିବା ଦେଖିଛି’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଏଫ୍ ସୌମ୍ୟ ମହାମାତ୍ରଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଡିଏଫଓଙ୍କ ପୂର୍ବତନ ରାତ୍ରି ଜଗୁଆଳ ଏହି ମାମଲାରେ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ସେ କହିଛନ୍ତି ଯେ, ‘ଡିଏଫଓ ରାତିରେ ସୌମ୍ୟ ସାରଙ୍କ ଘରକୁ ଯିବା ମୁଁ ଦେଖିଛି । ଥରେ ରାତି ୧୨ରୁ ସାଢ଼େ ୧୨ ଭିତରେ ଯିବାର ମୁଁ ନିଜେ ଦେଖିଛି ।’

କିନ୍ତୁ ତାହା କେଉଁ ଦିନ ନଥିଲା, ତାହା ଜଗୁଆଳିଙ୍କର ସ୍ପଷ୍ଟ ମନେନାହିଁ । ଡିଏଫଓ ସଂଗ୍ରାମ ବେହେରାଙ୍କର ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହିତ ଅନୈତିକ ସମ୍ପର୍କ ଥିବା ନେଇ ବାରମ୍ବାର ଗଣମାଧ୍ୟମରେ ଆଗରେ ଦାବି କରିଆସୁଛନ୍ତି ମୃତ ସୌମ୍ୟଙ୍କ ପରିବାର ଲୋକେ । ସୌମ୍ୟଙ୍କ ମୃତ୍ୟୁକୁ ୫୦ରୁ ଅଧିକ ଦିନ ବିତିସାରିଥିଲେ ବି ମୃତ୍ୟୁର ରହସ୍ୟ ଲୋକଲୋଚନକୁ ଆସିପାରି ନାହିଁ । ପ୍ରଥମେ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଥିଲେ ବି ଘଟଣାର ସତ୍ୟତା ସାମ୍ନାକୁ ଆସିପାରିନାହିଁ । କିନ୍ତୁ ଜଗୁଆଳଙ୍କ ଏପରି ଚାଞ୍ଚଲ୍ୟକର ବୟାନ ପରେ ଘଟଣାରୁ ପର୍ଦ୍ଦା ଉଠିବ ବୋଲି ଆଶଙ୍କା ରହିଛି ।

Get real time updates directly on you device, subscribe now.