fbpx

ଆଶ୍ଚର୍ଯ୍ୟ ! ପାଣି ଭିତରେ ନିଶ୍ୱାସ ନେଇପାରେ ଏହି ଜୀବ… ଜାଣନ୍ତୁ ରିସର୍ଚ୍ଚରୁ କ’ଣ ହେଲା ଖୁଲାସା

ଓଡ଼ିଶା ଭାସ୍କର: ସାଧାରଣତଃ ଆମେ ଝିଟିପିଟିକୁ କାନ୍ଥ ଚାଲୁଥିବାର ଦେଖିଥାଉ । କିନ୍ତୁ ଏପରି ଏକ ଝିଟିପିଟିର ଏକ ପ୍ରଜାତି ଅଛି ଯାହା ପାଣିରେ ପାଣିରେ ବାସ କରିଥାଏ । ଏହାର ନାଁ ହେଉଛି ୱାଟର ଏନୋଲ(Anolis aquaticus) । ଏହି ଜୀବ ପାଣି ଭିତରେ ନିଶ୍ୱାସ ନେବାରେ ସକ୍ଷମ ହୋଇଥାଏ । କିଛି ବର୍ଷ ପୂର୍ବରୁ କୋଷ୍ଟା ରିକାର ଟ୍ରପିକାଲ ଜଙ୍ଗଲରେ ଏହି ପ୍ରଜାତିର ଝିଟିପିଟି ଚର୍ଚ୍ଚାର ବିଷୟ ପାଲଟିଥିଲା । ବର୍ମିଂଘମ ବିଶ୍ୱବିଦ୍ୟାଳୟ ପାଣିରେ ରହୁଥିବା ଏହି ଝିଟିପିଟି ବିଷୟରେ ରହସ୍ୟ ଖୋଲିଛି । ଗବେଷକଙ୍କ କହିବାନୁଯାୟୀ ଏହି ଜୀବ ନିଜ ନାକ ଉପରେ ବାୟୁର ଏକ ନିଆରା ବବଲ ସୃଷ୍ଟି କରିଥାଏ । ଯେଉଁଥିପାଇଁ ଏହି ଜୀବ ଦୀର୍ଘ ସମୟ ଧରି ପାଣିରେ ରହିପାରେ । ଅଧ୍ୟୟନର ମୁଖ୍ୟ ଲେଖକ ତଥା ପରିବେଶବିତ୍ ଲିଣ୍ଡ୍‌ସେ ସ୍ୱିଏର୍କ ପରୀକ୍ଷଣ ଦ୍ୱାରା ଜୀବର ଅନନ୍ୟ ଆଚରଣ ବିଷୟରେ ଜାଣିବାକୁ ପାଇଥିଲେ ।

ଲିଣ୍ଡ୍‌ସେ ସ୍ୱିଏର୍କ ପ୍ରାରମ୍ଭିକ ପରୀକ୍ଷଣରୁ ଜାଣିବାକୁ ପାଇଲେ ଯେ ଶିକାରୀଙ୍କ ବିପଦ ଅନୁଭବ କରିଲେ ଏହି ଜୀବ ଗଭୀର ପାଣି ଭିତରକୁ ଯାଇ ନାକ ଉପରେ ପବନର ବବଲ ସୃଷ୍ଟି କରିଥାନ୍ତି । କିନ୍ତୁ ଏହି ବବଲ କେଉଁ କାମରେ ଆସିଥାଏ ସେ ଜାଣିନଥିଲେ । ପରେ ଅନ୍ୟ ଏକ ପରୀକ୍ଷଣ କରିଥିଲେ । ଏଥିରେ ସେ କିଛି ଝିଟିପିଟିଙ୍କ ତ୍ୱଚାରେ ଏପରି ଏକ ପଦାର୍ଥ ଚିପକାଇଥିଲେ ଯାହା ବବଲ ସୃଷ୍ଟି ଉପରେ ରୋକ୍ ଲଗାଇଥାଏ । ଏହା ପରେ ପରୀକ୍ଷଣର ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା । ବବଲ ସୃଷ୍ଟି କରିବାରେ ସକ୍ଷମ ଝିଟିପିଟି ବବଲ ସୃଷ୍ଟି ନ କରିପାରୁଥିବା ଝିଟିପିଟି ତୁଳନାରେ ୩୨% ଅଧିକ ସମୟ ପର୍ଯ୍ୟନ୍ତ ପାଣିରେ ରହିପାରନ୍ତି । ତାଙ୍କର ଏହି ଆବିଷ୍କାର biological Lettersରେ ପ୍ରକାଶିତ ହୋଇଛି । ଏଥିରୁ ପ୍ରମାଣିତ ହୋଇଛି କି ପରିବେଶ ଅନୁକୂଳ ଏହି ବବଲ ଦ୍ୱାରା ଝିଟିପିଟି ନିଶ୍ୱାସ ନେବାରେ ସକ୍ଷମ ହୋଇଥାଏ । ସାପ ଓ ବିଭିନ୍ନ ପକ୍ଷୀଙ୍କ ଶିକାରରୁ ନିଜକୁ ଏହି ବବଲ ମାଧ୍ୟମରେ ନଜକୁ ସୁରକ୍ଷା କରିଥାନ୍ତି ଝିଟିପିଟି । ବିପଦ ସଂକେତ ପାଇ ଏମାନେ ପ୍ରାୟ ୨୦ ମିନିଟରୁ ଉର୍ଦ୍ଧ୍ୱ ସମୟ ପାଣି ଭିତରେ ରହିଥାନ୍ତି । ଏହି ଅନୁସନ୍ଧାନ ଦ୍ୱାରା ରିସର୍ଚ୍ଚର ନୂତନ ମାର୍ଗ ଖୋଲିଛି ।

Get real time updates directly on you device, subscribe now.