fbpx

କାମାକ୍ଷା ନଗରରେ ଫୁଟିଲା ଗୁଳି : ଘଟଣାସ୍ଥଳରେ ବ୍ୟବସାୟୀ ମୃତ

ଭୁବନେଶ୍ୱର : କାମାକ୍ଷାନଗରରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁଳି ମାଡ଼ରେ ପଥର ଖଣି ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ବ୍ୟବସାୟୀ ଜଣଙ୍କ ହେଲେ ନିରାକାର ସାହୁ । କାମାକ୍ଷାନଗରର ଆଳତୁମା ମାଳବନ୍ଧ ନିକଟରେ ହୋଇଛି ଏହି ଗୁଳିକାଣ୍ଡ । ଗୁଳି ବାଜିବାରେ ଘଟଣାସ୍ଥଳରେ ହିଁ ନିରାକାର ସାହୁଙ୍କର ମୃତ୍ୟୁ ହୋଇଛି । ଏହି ହତ୍ୟାକାଣ୍ଡରେ ବାରୁଆଁର ସମିତି ସଭ୍ୟ ସଂପୃକ୍ତ ଥିଲେ । ପରବର୍ତ୍ତୀ ସମୟରେ କାମାକ୍ଷାନଗରର ଏସଡିପିଓ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଁଞ୍ଚି, ସେଠାରେ ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.