ସରସ୍ୱତୀ ପୂଜା ଚାନ୍ଦାକୁ ନେଇ ୟୁନିଭରସିଟିରେ ଫୁଟିଲା ଗୁଳି, ୨ ଛାତ୍ର ଆହତ
ସରସ୍ୱତୀ ପୂଜା ଚାନ୍ଦାକୁ ନେଇ ହଙ୍ଗାମା। ୟୁନିଭରସିଟି କ୍ୟାମ୍ପସରେ ଫୁଟିଲା ଗୁଳି। ଦୁଇ ଛାତ୍ର ଆହତ। ସିସିଟିଭି ଆଧାରରେ ପୋଲିସର ତଦନ୍ତ ଆରମ୍ଭ।
ବିହାର: ସରସ୍ୱତୀ ପୂଜା ଚାନ୍ଦାକୁ ନେଇ ହଙ୍ଗାମା। ୟୁନିଭରସିଟି କ୍ୟାମ୍ପସରେ ଫୁଟିଲା ଗୁଳି। ଦୁଇ ଛାତ୍ର ଆହତ। ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଚାନ୍ଦା ଦେବା ନେବାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ।
ପରେ ବାବା ସାହେବ ଭୀମରାଓ ଆମ୍ବେଦକର ବିହାର ବିଶ୍ୱବିଦ୍ୟାଳୟର ଠକ୍କର ବାପ୍ପା ଛାତ୍ରାବାସର ମୁଖ୍ୟ ଫାଟକରେ ହୋଇଥିଲା ଫାୟାରିଂ। ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭଯ କରିଛି। ସିସିଟିଭି ଆଧାରରେ ତଦନ୍ତ କରାଯାଉଥିବା ସୂଚନା ମିଳିଛି।
କଲେଜରେ ଗୁଳିକାଣ୍ଡ: ଏବେ ସବୁଠି ସରସ୍ୱତୀ ପୂଜା ପାଇଁ ଚାଲିଛି ପ୍ରସ୍ତୁତି। ସ୍କୁଲ କଲେଜଠୁ ଆରମ୍ଭ କରି ସବୁ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ବେଶ ଧୁମଧାମରେ ପାଳନ କରାଯିବା ପାଇଁ ତୟାରି ହେଉଛି। ଆଉ ଏଥିପାଇଁ ଚାନ୍ଦା ମଧ୍ୟ ଆଦାୟ କରାଯାଉଛି।
ଠିକ୍ ସେହିପରି ବିହାରର ମୁଜାଫରପୁରରେ ଅବସ୍ଥିତ ବାବା ସାହେବ ଭୀମରାଓ ଆମ୍ବେଦକର ବିହାର ବିଶ୍ୱବିଦ୍ୟାଳୟରେ ମଧ୍ୟ ସରସ୍ୱତୀ ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ କିଛି ଛାତ୍ର ଚାନ୍ଦା ମଧ୍ୟ ଆଦାୟ କରୁଛନ୍ତି।
ହେଲେ ଏହି ଚାନ୍ଦା ମଗାରୁ ଆରମ୍ଭ ହୋଇଛି ଗଣ୍ଡଗୋଳ। ଗୋଟିଏ ଗୋଷ୍ଠୀ ଚାନ୍ଦା ଦେବାକୁ ମନା କରିବାରୁ ଆଉ ଏକ ଗୋଷ୍ଠୀ ରାଗିଯାଇଥିଲେ। ଫଳରେ କଲେଜ କ୍ୟାମ୍ପସରେ ଭଙ୍ଗାରୁଜା କରିବା ସହ କଲେଜର ହଷ୍ଟେଲରେ ମଧ୍ୟ ଫାୟାରିଂ କରିଥିଲେ।
କେତେଜଣ ଆହତ: ହଷ୍ଟେଲରେ ଗୁଳିକାଣ୍ଡ ହେବା ଫଳରେ ଦୁଇଜଣ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ଖବର ପାଇ ପୋଲିସ କ୍ୟାମ୍ପସରେ ପହଞ୍ଚିବାରୁ ଦୁର୍ବୁତ୍ତମାନେ ସେଠାରୁ ଖସିଯାଇଥିଲେ। ପରେ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ବିହାର ପୋଲିସ।