ଜଲଦି ରଖ ଉତ୍ତର, ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍‌, କାହିଁକି ଦେଲନି ମଧ୍ୟାହ୍ନ ଭୋଜନ

୩ ବ୍ଲକର ଶିକ୍ଷା ଅଧିକାରୀଙ୍କୁ ନୋଟିସ୍ ଜାରି କଲେ ଡିଇଓ।

ବୌଦ୍ଧ: କ’ଣ ହେଲା ଅସୁବିଧା, କାହିଁକି ଦେଲନି ମଧ୍ୟାହ୍ନ ଭୋଜନ। ଜଲଦି ରଖ ଉତ୍ତର। ୫୬ଟି ସ୍କୁଲ ହେଲା କାରଣ ଦର୍ଶାଅ ନୋଟିସ୍‌।

ସ୍ୱାଧୀନତା ଦିବସରେ ମଧ୍ୟାହ୍ନ ଭୋଜନ ନଦେବାରୁ ବୌଦ୍ଧର ୫୬ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି।

୩ ବ୍ଲକର ଶିକ୍ଷା ଅଧିକାରୀଙ୍କୁ ନୋଟିସ୍ ଜାରି କଲେ ଡିଇଓ।

ଖୁବଶୀଘ୍ର ଏନେଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଇଓ। କାହା ନିର୍ଦ୍ଦେଶରେ ମଧ୍ୟାହ୍ନ ଭୋଜନ ବନ୍ଦ କରାଯାଇଥିଲା ସେନେଇ ଜଲଦି ରଖ ଉତ୍ତର।