ଶ୍ରୀମନ୍ଦିର ସାମ୍ନାରେ ସାମ୍ବାଦିକାଙ୍କୁ ସେବାୟତଙ୍କ ଆକ୍ରମଣ, ସିଂହଦ୍ବାର ଥାନାରେ ଏତଲା

ଶ୍ରୀମନ୍ଦିର ସାମ୍ନାରେ ସାମ୍ବାଦିକା ଓ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ଆକ୍ରମଣ ।

ଭୁବନେଶ୍ବର: ଶ୍ରୀମନ୍ଦିର ସମ୍ମୁଖରେ ଆକ୍ରମଣର ଶିକାର ହେଲେ ସାମ୍ବାଦିକା । ଦାଦାଗିରି ଦେଖାଇଲେ ସେବାୟତ । ତେବେ ଆଜି ଶ୍ରୀମନ୍ଦିର ସମ୍ମୁଖରେ ଜଣେ ସାମ୍ବାଦିକାଙ୍କୁ ମରଣାନ୍ତକ ଆକ୍ରମଣର ଶିକାର ହେଉଥିବା ନେଇ ଅଭିଯୋଗ ହୋଇଛି । ତାଙ୍କର କ୍ୟାମେରା ଛଡେଇ ନେବା ସହିତ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଛନ୍ତି ।

ସାମ୍ବାଦିକା ସହ‌ ଅନ୍ୟ ଗଣମାଧ୍ୟମର ପ୍ରତିନିଧି ଓ କ୍ୟାମେରା ମ୍ୟାନ ମାନଙ୍କୁ ଦୁର୍ବ୍ୟବହାର କରିଥିବା ଜଣାପଡିଛି । ଆକ୍ରମଣର ଶିକାର ହୋଇ ଜଣେ ମହିଳା ସାମ୍ବାଦିକା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ସଂଘବଦ୍ଧ ହୋଇ ସେବାୟତମାନେ ସାମ୍ବାଦିକାଙ୍କ ଉପରକୁ ଆକ୍ରମଣ କରିଥିଲେ । ଜଣେ କ୍ୟାମେରା ମ୍ୟାନ ମଧ୍ୟ ଆହତ ହୋଇଛନ୍ତି । ଏନେଇ ସିଂହଦ୍ବାର ଥାନାରେ ଏତଲା ମଧ୍ୟ ଦିଆଯାଇଛି ।

ଖବର ଅନୁସାରେ, ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଟଙ୍କା ନେଇ ଭକ୍ତ ମାନଙ୍କୁ ଛାଡୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । ଏନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଅନେକବାର ଏନେଇ ଖବର ପ୍ରସାରଣ ହୋଇଥିଲା । ତେବେ ଆଜି ଖବର ପ୍ରସାରଣ କରିବାକୁ ଯାଉଥିବା ବେଳେ ଆଜି ଗଣମାଧ୍ୟମକୁ ଆକ୍ରମଣ କରିଥିଲେ ସେବାୟତ । ରାମନବମୀ ପାଇଁ ଖବର ପ୍ରସାରଣ ପାଇଁ ଯାଇଥିଲେ । ତେବେ ଏନେଇ ଏସପି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।