ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ଉଭୟ ଦଳ ମଧ୍ୟରେ ମ୍ୟାଚ ବର୍ଷ ଯୋଗୁଁ ରଦ୍ଦ ହୋଇ ଯାଇଥିବା ବେଳେ ଦ୍ୱିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । ତେବେ ଏହି ମ୍ୟାଚରେ ଦଳରୁ ବାଦ୍ ପଡ଼ିଥିଲେ ଷ୍ଟାର କ୍ରିକେଟର ଶ୍ରେୟସ ଆୟର । ଏହାବ୍ୟତୀତ ଷ୍ଟାର ପ୍ଲେୟର ଇଶାନ୍ କିଶାନ ଏବଂ ଋତୁରାଜ ଗାଏକ୍ୱାଡ ମଧ୍ୟ ଦଳରେ ସ୍ଥାନ ପାଇନଥିଲେ । ଫଳରେ ମ୍ୟାଚକୁ ହାତଛଡ଼ା କରିଛି ସୂର୍ଯ୍ୟ-ବାହିନୀ । ତେବେ ଏହି ସମୟରେ ଶ୍ରେୟସ ଆୟରଙ୍କୁ ଅଧିନାୟକ ପଦ ଦେବା ନେଇ ଘୋଷଣା କରିଛି ଦଳ ।
ରିପୋର୍ଟ ଅନୁସାରେ, ଆହତ ହୋଇ ଦଳରୁ ବାଦ୍ ପଡ଼ିବାର ଅନେକ ଦିନ ପରେ ଟିମ ଇଣ୍ଡିଆକୁ କମବ୍ୟାକ କରିଥିଲେ ଶ୍ରେୟସ । ଏହାପରେ ଦଳରେ ତାଙକୁ ଖୁବ ସଫଳତା ମିଳିଛି । ସେହିପରି ଏହି ଆଘାତ ଯୋଗୁଁ ସେ ଆଇପିଏଲ-୨୦୨୩ରୁ ମଧ୍ୟ ବାଦ୍ ପଡ଼ିଥିଲେ ଆୟର । କିନ୍ତୁ ଆସନ୍ତା ଆଇପିଏଲ ସିଜନ ପାଇଁ ତାଙ୍କୁ ଅଧିନାୟକ ପଦ ପ୍ରଦାନ କରାଯାଇଛି । ୨୦୨୩ରେ ଅଧିନାୟକ ଦାୟିତ୍ୱରେ ନୀତିଶ ରାଣା ରହିଥିବା ବେଳେ ଶ୍ରେୟସ ଦଳକୁ ଫେରିବା ପରେ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେଣୁ ପୂର୍ବ ସିଜନର ଅଧିନାୟକ ନୀତିଶ ଦଳର ଉପ-ଅଧିନାୟକ ପଦ ପାଇଛନ୍ତି । ଏ ସୂଚନା ଦେଇଛନ୍ତି କୋଲକାତା ନାଇଟ ରାଇଡର୍ସର ଭେଙ୍କି ମାସୁର ।
Quick Update 👇#IPL2024 @VenkyMysore @ShreyasIyer15 @NitishRana_27 pic.twitter.com/JRBJ5aEHRO
— KolkataKnightRiders (@KKRiders) December 14, 2023
୨୦୨୪ ଆଇପିଏଲ ପାଇଁ ଗୌତମ ଗମ୍ଭୀର ମଧ୍ୟ କୋଲକାତାକୁ କମବ୍ୟାକ କରିଛନ୍ତି । ଏହାପରେ ଆସନ୍ତା ସିଜନ ପାଇଁ ଗମ୍ଭୀର ଦଳର ମେଣ୍ଟର ଭାବରେ ଦାୟିତ୍ୱ ପାଇଛନ୍ତି । ତେଣୁ ଗମ୍ଭୀରଙ୍କ ସହ ଶ୍ରେୟସଙ୍କ ଯୁଗଳବନ୍ଦୀ କୋଲକାତାକୁ ତୃତୀୟ ଟାଇଟଲ ଜିତାଇବା ପାଇଁ ଚେଷ୍ଟା କରିବେ । ତେବେ ଅଧିନାୟକ ପଦ ଫେରି ପାଇବା ପରେ ଶ୍ରେୟସ କହିଛନ୍ତି ଯେ, ଗତ ସିଜନରେ ଦଳକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ଏହାସହିତ ନୀତିଶଙ୍କ ନେତୃତ୍ୱକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।