ନୂଆଦିଲ୍ଳୀ: ନିଜ ଦମଦାର ପ୍ରଦର୍ଶନରେ ଶ୍ରେୟସ ହାସଲ କରିଛନ୍ତି ଏକ ସୁନ୍ଦର ଅନୁଭୂତି । ଆଇସିସିର ପ୍ଲେୟର ଅଫ ଦ ମନ୍ଥ ଭାବେ ତାଙ୍କୁ ବିବେଚିତ ହୋଇଛନ୍ତି ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର । ୱେଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଜବରଦସ୍ତ ପ୍ରଦର୍ଶନ ପାଇଁ ଶ୍ରେୟସଙ୍କୁ ଏହି ଉପହାର ଦେଇଛି ଆଇସିସି । ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରେ ୮୦ ରନର ଧମାକାଦାର ପାଳି ପରେ ଟି-ଟ୍ୱେଣ୍ଟି ସିରିଜରେ ମଧ୍ୟ ଖୁବ ସୁନ୍ଦର ପ୍ରଦର୍ଶନ ଜାରି ରଖିଥିଲେ ଆୟର ।
Unveiling the ICC Players of the Month for February 2022 ?
⬇️ ⬇️ ⬇️
— ICC (@ICC) March 14, 2022
ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ମଧ୍ୟ ୧୭୪.୩୬ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିଥିଲେ । ଏପରିକି ପ୍ରତ୍ୟେକ ମ୍ୟାଚରେ ଅପରାଜିତ ରହି ଦଳକୁ ଦେଇଥିଲେ ବିଜୟର ଉପହାର । ପ୍ରଥମ ମ୍ୟାଚରେ ୨୮ ବଲରୁ ୫୭ ରନର ଦ୍ରୁତ ପାଳି ଖେଳିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୪୪ ବଲରୁ ହାସଲ କରିଥଲେ ୭୪ ରନ । ସେହିପରି ତୃତୀୟ ମ୍ୟାଚରେ ମଧ୍ୟ ଚମକିଥିଲେ ଏହି ଷ୍ଟାର ଖେଳାଳି । ୪୫ ବଲରୁ ୭୩ ରନ ହାସଲ କରି ପ୍ରତ୍ୟେକ ମ୍ୟାଚରେ ସେ ପ୍ଲେୟର ଅଫ ଦ ସିରିଜ ବିବେଚିତ ହୋଇଥିଲେ । ତେବେ ତାଙ୍କର ଏହି ପ୍ରଦର୍ଶନ ଫଳରେ ତାଙ୍କୁ ପ୍ଲେୟର ଅଫ ଦ ମନ୍ଥ ସମ୍ମାନରେ ସମ୍ମାନିତ କରିଛି ଆଇସିସି ।