fbpx

ସ୍ନାନ ବେଦୀରେ ଶ୍ରୀଜିଉଙ୍କର ଚାଲିଛି ମହାସ୍ନାନ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ନାନ ବେଦୀକୁ ବିଜେ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କରୋନା କଟକଣାରେ ଆୟୋଜିତ ହେଉଛି ସ୍ନାନଯାତ୍ର । ସମ୍ପୂର୍ଣ୍ଣ ରୀତିନୀତି ସହ ଆଗେଇ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି । ବିନା ଭକ୍ତରେ ଖାଁଖାଁ ବଡ଼ ଦାଣ୍ଡରେ ଆୟୋଜିତ ହେଉଛି ସ୍ନାନଯାତ୍ର । ନିଶାର୍ଦ୍ଧରେ ବାଜି ଉଠିଛି ଘଣ୍ଟ ଘଣ୍ଟା । ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡଠାକୁର ବଳଭଦ୍ର ତା ପଛକୁ ଦେବୀ ସୁଭଦ୍ର ଓ ଶେଷରେ ବିଜେ କରିଛନ୍ତି ଶ୍ରୀ ଜଗନ୍ନାଥ । ମଙ୍ଗଳ ଆଳତି, ମଇଲମ, ତଡପଲାଗି, ଅଧର ପୋଛା ଶେଷ । ୧୦୮ ଗରା ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ । ସ୍ନାନ ପରେ ଗଜବେଶ ଧାରଣ କରିବେ ମହାପ୍ରଭୁ ।

ସ୍ନାନ ଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜ । ମହାପ୍ରଭୁଙ୍କ ଛେରାପହଁରା ନୀତି ଓ ହାତିୀବେଶ କରାଯିବ । ଏ ସମସ୍ତ ନୀତି କରିବା ନେଇ ଶ୍ରୀମନ୍ଦିରକୁ କେବଳ ସୀମିତ ସେବାୟତମାନେ ଯିବା ପାଇଁ ଅନୁମତି ଦିଆଯାଇଛି । ସ୍ନାନଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ, ପ୍ରଶାସନିକ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କାର୍ୟ୍ୟ ସମାପ୍ତ ହୋଇଛି । ଶ୍ରୀମନ୍ଦିର ଚତୁଃ ପାଶ୍ୱର୍ରେ ୧୪୪ ଧାରା ଲାଗୁ କରାଯାଇଛି ।

Get real time updates directly on you device, subscribe now.