ପହଲଗାମ ଆକ୍ରମଣ ପ୍ରଭାବ: ଶ୍ରୀମନ୍ଦିରକୁ ଚାରିଆଡୁ ଘେରିଛି ପୋଲିସ, କଡ଼ା-କଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ପୁରୀ: ପହଲଗାମ୍‌ରେ ପର୍ଯ୍ୟଟକଙ୍କୁ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପୁରୀରେ ସୁରକ୍ଷାକୁ ନେଇ ସତର୍କତା ଆପଣାଇଛି ପୁଲିସ । ପୁରୀର ୪ଟି ମେରାଇନ୍ ଥାନାକୁ ଆଲର୍ଟ କରାଯାଇଛି । ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀମନ୍ଦିର ଉପରେ ଆତଙ୍କୀଙ୍କ ଆଖି ଥିବା ନେଇ ପୂର୍ବରୁ ଗୁଇନ୍ଦା ସତର୍କ କରାଇଛି । ତେଣୁ ଶ୍ରୀମନ୍ଦିରକୁ କଡ଼ା ସୁରକ୍ଷା ମଧ୍ୟରେ ରଖିବା ପାଇଁ ପୁଲିସକୁ ସଜାଗ କରାଯାଇଛି ।

ପୁରୀର ତିନୋଟି ପ୍ରବେଶ ପଥ ଓ ତଟ ସୁରକ୍ଷା ଉପରେ ପ୍ରାଧାନ୍ୟ ଦେବାକୁ ନିବେଦନ କରିଛନ୍ତି ସେବାୟତ । ୧୨ ପ୍ଲାଟୁନ୍ ଫୋର୍ସ ସହ ପୁଲିସ ଅଧିକାରୀ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ଅଛନ୍ତି ।