fbpx
BSKY SKY
BSKY SKY

ମହାଶିବରାତ୍ରୀରେ ୩୦୦ବର୍ଷ ପରେ ସୃଷ୍ଟି ହେବାକୁ ଯାଉଛି ବହୁତ ଖାସ୍ ସଂଯୋଗ, ଜାଣନ୍ତୁ କେଉଁ ରାଶିଙ୍କୁ ମିଳିବ ଲାଭ

BSKY

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ମହାଶିବରାତ୍ରୀ ପର୍ବର ବିଶେଷ ମହତ୍ତ୍ୱ ରହିଛି । ଏଥର ମହାଶିବରାତ୍ରୀ ବ୍ରତ ମାର୍ଚ୍ଚ ୮ ଶୁକ୍ରବାର ଦିନ ପାଳନ କରାଯିବ । ଏଥର ମହାଶିବରାତ୍ରୀରେ ୩୦୦ବର୍ଷ ପରେ ବହୁତ ଖାସ୍ ସଂଯୋଗ ସୃଷ୍ଟି ହେବାକୁ ଯାଉଛି । ଫଳରେ ଚଳିତ ଥର ଏହି ପର୍ବର ମହତ୍ତ୍ୱ ଆହୁରି ଅଧିକ ବଢିଯାଇଛି । ମହାଶିବରାତ୍ରୀରେ ସର୍ବାର୍ଥ ସିଦ୍ଧି ଯୋଗ, ଶିବ ଯୋଗ, ସିଦ୍ଧ ଯୋଗ ଓ ଶ୍ରବଣ ନକ୍ଷତ୍ର ସଂଯୋଗ ସୃଷ୍ଟି ହେବାକୁ ଯାଉଛି । ଏହା ସହିତ ଏହିଦିନ ମାସିକ ଶିବରାତ୍ରୀ ଓ ପ୍ରଦୋଷ ବ୍ରତର ସଂଯୋଗ ମଧ୍ୟ ସୃଷ୍ଟି ହେବ । ଏହି କ୍ରମରେ ଆସନ୍ତୁ ଜାଣିବା ମହାଶିବରାତ୍ରୀରେ ସୃଷ୍ଟି ହେଉଥିବା ଦୁର୍ଲଭ ସଂଯୋଗରେ କେଉଁ କେଉଁ ରାଶିକୁ ଲାଭ ମିଳିବ ।
ବୃୃଷ: ମହାଶିବରାତ୍ରୀ ଠାରୁ ଏହି ରାଶିର ଲୋକଙ୍କୁ ଶୁଭଫଳ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ମହାଦେବଙ୍କ କୃପାରୁ କିଛି ଶୁଭ ସମାଚାର ବି ମିଳିବ । ବ୍ୟବସାୟରେ ଖୁବ୍ ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ଖୁସିରେ ଭରି ଉଠିବ ।
ସିଂହ: ଏହି ରାଶିର ଜାତକଙ୍କ ଚାକିରୀରେ ଲାଭ ଯୋଗ ରହିଛି । ଉଚିତ ରଣନୀତିକୁ ନେଇ କାର୍ଯ୍ୟ କରିବେ । କର୍ମକ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି । ସ୍ୱାସ୍ଥ୍ୟ ଅବସ୍ଥା ବି ସୁଧୁରି ଯିବ ।
ତୁଳା: ମହାଶିବରାତ୍ରୀ ତୁଳା ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ଆପଣଙ୍କ ଲାଗି ଆୟର ନୂଆ ସ୍ରୋତ ଖୋଲିଯିବ । ସମାଜରେ ମାନ ସମ୍ମାନ ବଢିଯିବ । କର୍ମକ୍ଷେତ୍ରରେ ପଦ ପ୍ରତିଷ୍ଠା ବଢିବ । ଏହି ସମୟରେ ନିବେଶ କଲେ ଆପଣ ଭଲ ଲାଭବାନ ହେବେ ।
କୁମ୍ଭ: ଏହିଦିନ ଠାରୁ କୁମ୍ଭ ରାଶିବାଲାଙ୍କ ଶୁଭ ଦିନ ଆରମ୍ଭ ହୋଇଯିବ । ଶିବଜୀଙ୍କ ଦୟାରୁ ଆପଣଙ୍କ ଭାଗ୍ୟ ଚମକିବ । ଏହି ସମୟରେ ପଇସା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଚାକିରୀ କ୍ଷେତ୍ରରେ ଭଲ ଅଫର ମିଳିବ ।

Get real time updates directly on you device, subscribe now.