fbpx

୩୧ ଅଗଷ୍ଟରେ ଗଠନ ହେଉଛି ଦୁର୍ଲଭ ସଂଯୋଗ, ଏହି ରାଶିମାନଙ୍କର ଦୂର ହେବ ସମସ୍ୟା, ମିଳିବ ଧନ ଲାଭ

ଓଡ଼ିଶା ଭାସ୍କର: ଅଗଷ୍ଟ ମାସର ଶେଷ ତାରିଖ ଅର୍ଥାତ ୩୧ ତାରିଖରେ କିଛି ଦୁର୍ଲଭ ସଂଯୋଗ ଗଠନ ହେଉଛି, ଏଥିପାଇଁ କିଛି ରାଶିମାନେ ହେବେ ଲାଭବାନ। ଏହି ଦିନ ଭାଦ୍ରବ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି, ଏହି ଦିନ ପ୍ରଦୋଷ ବ୍ରତ ରଖାଯାଇଥାଏ। ଖାସ କଥା ହେଉଛି, ଏହି ଦିନ ଶନିବାର ଏବଂ ଏଥିପାଇଁ ଏହାକୁ ଶନିପ୍ରଦୋଷ ବ୍ରତ କୁହାଯାଇଥାଏ। ତେବେ ଏହି ଦିନ ଶିବଙ୍କ ପୂଜାରେ କିଛି ରାଶିମାନଙ୍କୁ ବିଶେଷ ଲାଭ ମିଳିପାରେ, ଏବଂ ସେମାନଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇପାରେ। ଆସନ୍ତୁ ଜାଣିବା ଏହି ରାଶିମାନଙ୍କ ବିଷୟରେ..

କର୍କଟ ରାଶି: ବର୍ତ୍ତମାନ ଏହି ରାଶିର ଲୋକମାନେ ଶନିଙ୍କ କୋପରେ ଅଛନ୍ତି। ଏଥିପାଇଁ ମାନସିକ ଅଶାନ୍ତି ଏବଂ ଧନହାନି ହେଉଛି। ହେଲେ ୩୧ ଅଗଷ୍ଟ ପରେ କିଛି ଭଲ ପରିବର୍ତ୍ତନ ଆପଣଙ୍କ ଜୀବନରେ ହୋଇପାରେ। କ୍ୟାରିୟର ଏବଂ ବାଣିଜ୍ୟରେ ଆପନ୮୍‌କ ଲାଭ ହେବ ଏବଂ ପାରିବାରିକ ଜୀବନରେ ମଧ୍ୟ ସୁଖ ଶାନ୍ତି ବଢିବ। ପ୍ରଦୋଷ ବ୍ରତ ଦିନ ଶିବଙ୍କୁ ପୂଜା କରନ୍ତୁ, ଏଥିରେ ଦୂର ହୋଇଯିବ ଅନେକ ସମସ୍ୟା।

କନ୍ୟାରାଶି: ଏହି ପ୍ରଦୋଷ ବ୍ରତ ଦିନ ଶୁଭ ସଂଯୋଗ ଆପଣଙ୍କ ଜୀବନରେ ଅନେକ ଲାଭଦାୟକ ପ୍ରମାଣିତ ହେବ। ଏହି ସମୟରେ ମାଆ-ବାପାଙ୍କ ସହ ଆପଣଙ୍କ ସମ୍ବନ୍ଧ ସୁଧୁରିଯିବ। ଏହି ରାଶିର କିଛି ଲୋକେ ଗାଡି ଏବଂ ଘର କିଣିପାରନ୍ତି। ଯଦି କାହାଠାରୁ ଧାର-କରଜ କରିଛନ୍ତି ତେବେ ତାହା ଆପଣ ପରିଶୋଧ କରିପାରିବେ। ପ୍ରେମ ସଂପର୍କ ଭଲଚାଲିବା ସହ, ବିବାହ ଯୋଗ ଖୋଲିବ।

ତୁଳା ରାଶି: ପ୍ରଦୋଷ ବ୍ରତ ପାଳନ ପରେ ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। ଯେଉଁ କାର୍ଯ୍ୟ କରିବାରେ ଆପଣଙ୍କୁ କଷ୍ଟ ଲାଗୁଛି ତାହା ସହଜରେ ପୂରଣ ହେବ। ସଞ୍ଚୟ କରିଥିବା ଧନରେ ମଧ୍ୟ ଏହି ରାଶିର ଲୋକଙ୍କ ବୃଦ୍ଧି ଦେଖିବାକୁ ମିଳିବ। ଯଦି ଆପଣ ବାଣିଜ୍ୟ କରୁଛନ୍ତି ତେବେ ଏହି ସମୟରେ ଆପଣ ଲାଭବାନ ହେବେ। ସାମାଜିକ ସ୍ତରରେ ମିତ୍ରତାର ସହଯୋଗ ମିଳିବ।

ଧନୁରାଶି: ଏହି ରାଶିର ଲୋକେ ପ୍ରଦୋଷ ବ୍ରତ ଦିନ ଶିବଙ୍କୁ ପୂଜା କରିବା ଦ୍ୱାରା ଲାଭବାନ ହେବେ। ଆପଣ ଯେଉଁ ସମସ୍ୟାର ସାମ୍ନା କରିଆସୁଛନ୍ତି, ତାହା ଶେଷ ହୋଇପାରେ। ସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ଏହି ସମୟ ଲାଭଦାୟକ ରହିବ। ସାମାଜିକ ସ୍ତରରେ ମର୍ଯ୍ୟଦା ବଢିବ। ଆପଣଙ୍କ କଥାରେ ଲୋକେ ମନ୍ତ୍ରମୁଗ୍ଧ ହୋଇଯିବେ।

Get real time updates directly on you device, subscribe now.