ଭାରତ ଫେରିଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା; ‘ଭାରତ ମାତା କି ଜୟ’ ସ୍ଲୋଗାନ ସହ ଭବ୍ୟ ସ୍ବାଗତ, ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରନ୍ତି

ନୂଆଦିଲ୍ଲୀ: ଭାରତ ଫେରିଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଦିଲ୍ଲୀ ବିମାନବନ୍ଦରରେ ସ୍ବାଗତ କଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ ଇସ୍ରୋ ଅଧିକାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଜଣାଇଲେ ଶୁଭେଚ୍ଛା । ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରନ୍ତି ଶୁଭାଂଶୁ ଶୁକ୍ଳା । ଆସନ୍ତାକାଲି ଶୁଭାଂଶୁଙ୍କୁ ନେଇ ଲୋକସଭପାରେ ହେବ ଚର୍ଚ୍ଚା । ଅକ୍ସିଅମ୍-୪ ମିଶନରେ ମହାକାଶ ଯାଇ ଇତିହାସ ରଚିଛନ୍ତି ଦେଶର ପୁଅ ଶୁଭାଂଶୁ ଶୁକ୍ଳା।

ନାସାର ଆକ୍ସିଅମ୍-୪ ମହାକାଶ ମିସନର ପାଇଲଟ୍ ତଥା ମହାକାଶରେ ତ୍ରିରଙ୍ଗା ଉଡ଼ାଇଥିବା ଭାରତର ଦ୍ୱିତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଭାରତ ଫେରିଛନ୍ତି। ଶୁଭାଂଶୁ ଶୁକ୍ଲା ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ଏଠାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, କେନ୍ଦ୍ର ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ, ଇସ୍ରୋ ବୈଜ୍ଞାନିକ, ଛାତ୍ରଙ୍କ ଏକ ଗୋଷ୍ଠୀ ଏବଂ ବହୁ ସଂଖ୍ୟକ ଲୋକ ତାଙ୍କୁ ”ଭାରତ ମାତା କି ଜୟ” ସ୍ଲୋଗାନ ଦେଇ ସ୍ୱାଗତ କରିଥିଲେ। ଏହି ସମୟରେ ଶୁଭାଂଶୁଙ୍କ ପତ୍ନୀ କାମନା ଶୁକ୍ଲା ଏବଂ ପୁଅ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ।

ଶୁଭାଂଶୁ ଶୁକ୍ଲା ଦିଲ୍ଲୀ ପହଞ୍ଚିବା ପୂର୍ବରୁ ପ୍ରସ୍ତୁତି ସରିଥିଲା। ସେ ଯେତେବେଳେ ବିମାନବନ୍ଦରରେ ପହଞ୍ଚିଥିଲେ ଢୋଲ ବଜାଇ ଭାରତ ”ମାତା କି ଜୟ” ସ୍ଲୋଗାନ ଦେଇ ତଙ୍କର ଭବ୍ୟ ସ୍ବାଗତ କରାଯାଇଥିଲା। ଶୁଭାଂଶୁ ଶୁକ୍ଲାଙ୍କ ସହିତ ଭାରତର ଗଗନଯାନ ମିସନ ପାଇଁ ମନୋନୀତ ଆଉ ଜଣେ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲକୃଷ୍ଣନ ନାୟାର ମଧ୍ୟ ଭାରତ ଫେରିଛନ୍ତି। ସେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ (ଆଇଏସ୍‌ଏସ୍‌) ମିସନ ପାଇଁ ଭାରତର ବ୍ୟାକଅପ୍ ମହାକାଶଚାରୀ ଥିଲେ।