ମହାକାଶରେ ପହଞ୍ଚି ଭାରତୀୟଙ୍କ ପାଇଁ ପ୍ରଥମ ବାର୍ତ୍ତା ପଠାଇଲେ ଶୁଭାଂଶୁ, “ଲଞ୍ଚ ବେଳେ ମୋ କାନ୍ଧରେ ଥିଲା ତ୍ରିରଙ୍ଗା”
"ମହାକାଶକୁ ଆସି ମୁଁ ଗର୍ବ ଅନୁଭବ କରୁଛି"।
ନୂଆଦିଲ୍ଲୀ: ସ୍ପେଶ୍ ଷ୍ଟେସନରେ ପହଞ୍ଚି ଇତିହାସ ରଚିଲେ ଶୁଭାଂଶୁ। ଆଉ ମହାକାଶରେ ପହଞ୍ଚିବା ପରେ ଭାରତୀୟଙ୍କ ପାଇଁ ପ୍ରଥମ ବାର୍ତ୍ତା ମଧ୍ୟ ପଠାଇଲେ।
ମହାକାଶରୁ ଭାରତକୁ ଶୁଭାଂଶୁ ଶୁକ୍ଳାଙ୍କ ବାର୍ତ୍ତା। କହିଲେ ଡ୍ରାଗନ ଲଞ୍ଚ ବେଳେ ତ୍ରିରଙ୍ଗା ମୋ କାନ୍ଧରେ ଥିଲା। ଲାଗୁଥିଲା ଯେମିତି ସାରା ଭାରତୀୟ ମୋ ସାଥୀରେ ଥିଲେ।
ମହାକାଶକୁ ଆସି ମୁଁ ଗର୍ବ ଅନୁଭବ କରୁଛି। ଏଥିପାଇଁ ସବୁ ଭାରତୀୟ ମଧ୍ୟ ଗର୍ବ ଅନୁଭବ କରନ୍ତୁ। ଭାରତୀୟ ମହାକାଶ ଅଭିଯାନର ଏହା ହେଉଛି ଆଉ ଏକ ମାଇଲଖୁଣ୍ଟ।
ଏହି ଯାତ୍ରାରେ ମୋ ସହ ସାମିଲ ହୁଅନ୍ତୁ ସାରା ଭାରତୀୟ। ତେବେ ପ୍ରାୟ ଅଢ଼େଇ ଘଣ୍ଟାର ଡକିଂ ପ୍ରକ୍ରିୟା ଶେଷ ହୋଇଛି। ସଫଳତାର ସହ ସଫ୍ଟ ଡକିଂ ହୋଇଥିବା ସୂଚନା ମିଳିଛି।
ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ସାଥୀଙ୍କ ସହ ୧୪ ଦିନ ରହିବେ ଶୁଭାଂଶୁ। ଡ୍ରାଗନର ଡକିଂ ପ୍ରକ୍ରିୟା ଦେଖି ଭାବ ବିହ୍ୱଳ ହେଲେ ଶୁଭାଂଶୁଙ୍କ ପରିବାର।