ଗାଭାସ୍କରଙ୍କ ୫୪ ବର୍ଷର ପୁରୁଣା ମହାରେକର୍ଡକୁ ଭାଙ୍ଗିଦେଲେ ଶୁଭମନ ଗିଲ୍, ପୁଣି ଶତକ ମାରି ରଚିଲେ ଇତିହାସ
ଶୁଭମନ ଗିଲ୍ ଭାଙ୍ଗିଦେଲେ ସୁନୀଲ ଗାଭାସ୍କରଙ୍କ ରେକର୍ଡ
ନୂଆଦିଲ୍ଲୀ: ଅଧିନାୟକ ଭାବେ ଇଂଲଣ୍ଡ ଗସ୍ତରେ ଯାଇଥିବା ଶୁଭମନ ଗିଲଙ୍କ ବ୍ୟାଟରୁ ଖାଲି ରନ ବର୍ଷା ହେଉଛି। ପ୍ରଥମେ ସେ ଲିଡ୍ସ ଟେଷ୍ଟରେ ଶତକ ହାସଲ କରିଥିଲେ। ତା’ପରେ ସେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୬୯ ରନ କରିଥିଲେ।
ବର୍ତ୍ତମାନ ସେହି ମ୍ୟାଚର ଦ୍ୱିତୀୟ ଇନିଂସରେ ସେ ଶତକ ମାରିଛନ୍ତି। ଗିଲ୍ ଏହି ଇନିଂସ ଆଧାରରେ ସେ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କରଙ୍କ ୫୪ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଇତିହାସ ରଚିଛନ୍ତି।
ଗିଲ୍ ଏଜବାଷ୍ଟନ୍ ଟେଷ୍ଟରେ Full Formରେ ଅଛନ୍ତି। ଏହି ଟେଷ୍ଟର ଉଭୟ ଇନିଂସରେ ଭଲ ବ୍ୟାଟିଂ କରି ଶୁଭମନ ଗିଲ୍ ଉଭୟ ଇନିଂସରେ ଅପରାଜିତ ୩୪୬ ରନ କରିଛନ୍ତି।
୩୪୬ ରନ ସହିତ, ସେ ୧୯୭୧ ମସିହାରେ ସୁନୀଲ ଗାଭାସ୍କରଙ୍କ ଦ୍ୱାରା କରାଯାଇଥିବା ୩୪୪ ରନର ରେକର୍ଡ ଭାଙ୍ଗିଛନ୍ତି। ଗିଲ୍ ଏବେ ଭାରତ ପାଇଁ ଗୋଟିଏ ଟେଷ୍ଟ ମ୍ୟାଚରେ ସର୍ବାଧିକ ରନ କରିଥିବା ଖେଳାଳି ହୋଇସାରିଛନ୍ତି।
Most runs for India in a men’s Test match:
𝟯𝟰𝟲* – 𝗦𝗵𝘂𝗯𝗺𝗮𝗻 𝗚𝗶𝗹𝗹 𝘃𝘀 𝗘𝗡𝗚, 𝟮𝟬𝟮𝟱
344 – Sunil Gavaskar vs WI, 1971
340 – VVS Laxman vs AUS, 2001
330 – Sourav Ganguly vs PAK, 2007
319 – Virender Sehwag vs SA, 2008 pic.twitter.com/CpDGWW1z30— ESPNcricinfo (@ESPNcricinfo) July 5, 2025
ଭାରତ ପାଇଁ ଟେଷ୍ଟ ମ୍ୟାଚ୍ରେ ସର୍ବାଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍:
346 Shubman Gill vs England, 2025
344 – Sunil Gavaskar vs West Indies, 1971
340 – VVS Laxman vs Australia, 2001
330 – Sourav Ganguly vs Pakistan, 2007
319 – Virender Sehwag vs South Africa, 2008