ଇତିହାସ ରଚିଲେ ଶୁଭମନ ଗିଲ୍‌, କାହିଁକି ମିଳିଲା ବିଶ୍ୱର ବଡ଼ ଆୱାର୍ଡ

୨୫ ବର୍ଷର ଗିଲ୍ ଜୁଲାଇରେ ଦମଦାରେ ପ୍ରଦର୍ଶନ ପଡ଼ିଆରେ ଦେଖାଇ୍‌ଥିଲେ।

ନୂଆଦିଲ୍ଲୀ: ଶୁଭମନ ଗିଲ୍ କିଛି ଦିନ ହେବ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟର ଛକା ଚୌକାରେ ଉଡ଼ୁଛି ରନ୍‌।

ଇଂଲଣ୍ଡରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଶୁଭମନ ଗିଲ୍‌ଙ୍କ ବ୍ୟାଟିଂର ଜଲୱା ଦେଖିଥିଲେ ଦର୍ଶକ। ଦଳ ପାଇଁ ବଡ଼ ନାୟକ ହୋଇ ଛିଡ଼ା ହୋଇଥିଲେ ଶୁଭମନ। ଗିଲ୍‌ଙ୍କ ବଢ଼ିଆ ବ୍ୟାଟିଂ ପାଇଁ ଭାରତୀୟ ଟିମ୍ ଟେଷ୍ଟ ସିରିଜରେ ୨-୨ ସମାନ କରିପାରିଥିଲେ।

ଏବେ ଜୁଲାଇ ୨୦୨୫ରେ ତାଙ୍କୁ ପ୍ଲେୟାର ଅଫ ଦି ମନ୍ଥ ଆୱାର୍ଡ ମିଳିଥିଲା। ଏହାର ଘୋଷଣା ଆଇସିସି ପକ୍ଷରୁ କରାଯାଇଥିଲା।

ଗିଲ୍ କରିଥିଲେ ଭଲ ପ୍ରଦର୍ଶନ

ଶୁଭମନ ଗିଲ୍‌ଙ୍କ ପ୍ଲେୟାର ଅଫ ଦି ମନ୍ଥ ଆୱାର୍ଡ ଜିତିବା ପାଇଁ ଇଲଣ୍ଡର କ୍ୟାପଟେନ ବେନ୍ ଷ୍ଟୋକ୍ସ ଏବଂ ସାଉଥ ଆଫ୍ରିକାର ଅଲରାଉଣ୍ଡର ବିୟାର ସୁଲ୍ଡରଙ୍କ ସହ କଡ଼ା ଟକ୍କର ଦେବାକୁ ପଡ଼ିଥିଲା।

୨୫ ବର୍ଷର ଗିଲ୍ ଜୁଲାଇରେ ଦମଦାରେ ପ୍ରଦର୍ଶନ ପଡ଼ିଆରେ ଦେଖାଇ୍‌ଥିଲେ। ୩ଟି ଟେଷ୍ଟ ମ୍ୟାଚରେ ୫୬୭ ରନ୍ କରିଥିଲେ।

ଗିଲ୍ କହିଥିଲେ ଏହି କଥା

ପ୍ଲେୟାର ଅଫ ଦି ମନ୍ଥ ପୁରସ୍କାର ଜିତିବା ପରେ ଗିଲ୍ କହିଥିଲେ ଏହି ପୁରସ୍କାର ଜିତିବା ପରେ ସେ ବହୁତ ଖୁସି ଅନୁଭବ କରୁଛନ୍ତି।

ଏଥର ଏହା ବହୁତ ଗୁରୁତ୍ୱପୂ୍‌ର୍ଣ୍ଣ କାହିଁକି ନାଁ ପୁରସ୍କର ମତେ ପ୍ରଥମ ଥର କ୍ୟାପଟେନ୍ ଏବଂ ପ୍ରଥମ ଥର ଟେଷ୍ଟ ସିରିଜର ମୋ ଭଲ ପ୍ରଦର୍ଶନ ପାଇଁ ମିଳିଛି।

ବର୍ମିଂହାମରେ ମାରିଥିବା ଦ୍ୱିଶତକ ମୋର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ହୋଇ ରହିବ।

ଏହି ପୁରସ୍କାର ପାଇଁ ମୋତେ ଚୟନ କରିବା ପାଇଁ ମୁଁ ଜୁରିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।

ଗିଲ୍ ଚତୁର୍ଥ ଥର ପାଇଁ ଆଇସିସି ପ୍ଲେୟାର ଅଫ ମନ୍ଥ ଜିତିଛନ୍ତି

ଶୁଭମନ ଗିଲ୍‌ଙ୍କ ଏହା ଆଇସିସି ପକ୍ଷରୁ ଚତୁର୍ଥ ପୁରସ୍କାର ଥିଲା। ଏହା ପୂର୍ବରୁ ସେ ଫେବ୍ରୁଆରୀ ୨୦୨୫ରେ, ଜାନୁଆରୀ ୨୦୨୩, ସେପ୍ଟେମ୍ବର ୨୦୨୩ର ପୁରସ୍କାର ତାଙ୍କ ନାମରେ କରିଥିଲେ।

ଏହା ପୁରା ଦୁନିଆରେ ମାତ୍ର ଜଣେ ଖେଳାଳି ଯାହାଙ୍କୁ ପ୍ଲେୟାର ଅଫ ଦି ମନ୍ଥ ଆୱାର୍ଡ ୪ ଥର ମିଳିଛି।

ଇଲଂଣ୍ଡ ଗସ୍ତରେ ଶୁଭମନ ଗିଲ୍ ଏଭଳି ପ୍ରଦର୍ଶନ କରିଥିଲେ, ଯାହାର ଉଦାହରଣ କମ ଦେଖିବାକୁ ମିଳିଥିଲା।

ସେ ପୁରା ଟେଷ୍ଟ ମ୍ୟାଚରେ ମୋଟ ୭୫୪ ରନ୍ କରିଥିଲେ। ଯେଉଁଥିରେ ୪ଟି ଶତକ ସାମିଲ ଅଛି।