fbpx

ବଳଙ୍ଗା ଥାନା ବିସ୍ଫୋରଣ ମାମଲାରେ ଏସଆଇ ସସପେଣ୍ଡ୍

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ହୋଇଥିବା ଭୟଙ୍କର ବିସ୍ଫୋରଣ ମାମଲାରେ ନିଆଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । ମାଲଖାନା ଦାୟିତ୍ୱରେ ଥିବା ମହିଳା ସବ-ଇନ୍ସପେକ୍ଟର ତଅପୋଲି ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ତଅପୋଇ ନାୟକଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି । ଏନେଇ ପିପିଲି ଏସଡିପିଓ ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି ।

ତେବେ ଗତ ୨ ଦିନ ତଳେ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ଥାନାର ଛାତ ଉଡ଼ିଯିବା ସହିତ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ତୀବ୍ର ବିସ୍ଫୋରଣରେ ଥାନାର ଆସବାପତ୍ର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପୋଡ଼ି ନଷ୍ଟ ହେବା ସହିତ ଆଇଆଇସି ଅଫିସ, ହାଜତ ସମେତ ସବୁ ମାଟିରେ ମିଶିଯାଇଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ୟୁଟିରେ ଥିବା ଥାନା କର୍ମଚାରୀ । ଥାନାର ମାଲଖାନାରେ ‘ଡିନାମାଇଟ୍’ ବିସ୍ଫୋରକ ଥିବା ଜଣାପଡିଛି । ପାହାଡ଼ ଫଟାଇବା ପାଇଁ ଶକ୍ତିଶାଳୀ ‘ଡିନାମାଇଟ୍’ ବ୍ୟବହାର ହୋଇଥାଏ । ଜବତ ହୋଇଥିବା ‘ଡିନାମାଇଟ୍’କୁ ମାଲଖାନାରେ ରଖାଯାଇଥିଲା । ‘ଡିନାମାଇଟ ବିସ୍ଫୋରଣରେ ଥାନା ଉଡ଼ିଯାଇଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.