(Video) ଡ୍ୟୁଟିରେ ଥାନାରେ ବାବୁ ପିନ୍ଧିଥିଲେ ଲୁଙ୍ଗି, ମହିଳା ଅଭିଯୋଗ କରିବାକୁ ଆସିବାରୁ …

ଭୋପାଲ: ମଧ୍ୟପ୍ରଦେଶର ଏକ ଥାନାରେ ଡ୍ୟୁଟି ସମୟରେ ଏସଆଇ ଲୁଙ୍ଗି ପିନ୍ଧିବାକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଲୁଙ୍ଗି ପିନ୍ଧି ଜଣେ ମହିଳା ଅଭିଯୋଗକାରିଣୀଙ୍କ ଅଭିଯୋଗ ନ ନେଇ ତାଙ୍କୁ ଗାଳି ମନ୍ଦ ଦେଇ ତାନାରୁ ବାହାର କରିବାକୁ ନେଇ ଅଧିକାରୀ ତାଙ୍କୁ କାମରୁ ନିଲମ୍ବନ କରିଛନ୍ତି ।

ମଉଗଞ୍ଜ ଜିଲ୍ଲାର ଜଣେ ସବଇନିସ୍ପେକ୍ଟର ଲୁଙ୍ଗି ପିନ୍ଧି ଡ୍ୟୁଟି କରୁଥିଲେ । ଏହି ସମୟରେ ଜଣେ ମହିଳା ଅଭିଯୋଗ ନେଇ ଆସିବାରୁ ସବ ଇନସ୍ପେକ୍ଟର ତାଙ୍କୁ ଗାଳି ଦେଇ ଥାନାରୁ ବାହାର କରିଦେଇଥିଲେ । ଘଟଣାର ଭିଡିଓ ଭାଇରାଲ ହେବାରୁ ଉଚ୍ଚ ଅଧିକାରୀଙ୍କ ନଜରକୁ ଆସିତିଲା । ଏହା ପରେ ତାଙ୍କୁ ଆଇଜି ସାକେତ ପାଣ୍ଡେ ନିଲମ୍ବନ କରି ଛନ୍ତି । ଏହାକୁ ନେଇ ଅଧିକ ତଦନ୍ତ ଚାଲିଥିବା ଆଇଜି ପିଟିଆଇକୁ ସୂଚନା ଦେଇଛନ୍ତି ।

ଆଇଜି ଆହୁରି କହିଛନ୍ତି କି, ମହିଳାଙ୍କ ଅଭିଯୋଗ ଦାୟର କରାଯାଇଛି । ମହିଳାଙ୍କୁ ସବଇନସ୍ପେକ୍ଟର ଲୁଙ୍ଗି ପିନ୍ଧିଥିବା ଅବସ୍ଥାରେ ଗାଳିଗୁଲଜ କରୁଥିବା ଦେଖାଯାଇଛି । ସବଇନସ୍ପେକ୍ଟର ଗାଳିଦେଉଥିବା ବେଳେ ଅନ୍ୟ ଜଣେ ମହିଳା ଚଟାଣରେ ବସିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ପୋଲିସ ପ୍ରଶାସନ ଘଟଣାକୁ ଗୁରୁତ୍ୱର ସହ ନେବା ସହ ମାମଲାର ଅଧିକ ତଦନ୍ତରେ ଲାଗିଛି । ବର୍ତ୍ତମାନ ପାଇଁ ସେହି ଲୁଙ୍ଗି ପିନ୍ଧିଥିବା ଅଧିକାରୀଙ୍କୁ କାମରୁ ନିଲମ୍ବିତ କରାଯାଇଥିବା ଆଇଜି ପାଣ୍ଡେ ସୂଚନା ଦେଇଛନ୍ତି । ଏହି ଭିଡିଓ ବିଭିନ୍ନ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।