fbpx

ମୁସେୱାଲା ମର୍ଡର କେସ୍: ଦିଲ୍ଲୀ ପୋଲିସର ବଡ଼ ଖୁଲାସା, ଜାଣନ୍ତୁ କିଏ ଥିଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ 

ନୂଆଦିଲ୍ଲୀ: ଗାୟକ ତଥା ରାଜନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଦିଲ୍ଳୀ ପୋଲିସ ଏକ ବଡ଼ ଖୁଲାସା କରିଛି । ପୋଲିସ ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ବେଳେ ଆଗକୁ ତଦନ୍ତ ପ୍ରକ୍ରିୟା ଜାରି ରହିବ । ତେବେ କିଛିଦିନ ଧରି ପୋଲିସ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇଙ୍କୁ ପଚରାଉଚରା କରି ଆସୁଥିଲା । ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ପୋଲିସ ଏବେ ଲରେନ୍ସଙ୍କୁ ମାଷ୍ଟରମାଇଣ୍ଡ ଘୋଷଣା କରିଥିବା ଜଣାପଡ଼ିଛି ।

ରିପୋର୍ଟ ମୁତାବକ, ମୁସେୱାଲାଙ୍କୁ ହତ୍ୟା ନେଇ ବହୁ ପୂର୍ବରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ମାତ୍ର ରଣନୀତି ପ୍ରସ୍ତୁତ କରି ଏହାକୁ ଅଘଟଣର ଆଖ୍ୟା ଦିଆଯାଇଥିଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଲରେନ୍ସ ସହିତ ସିଧେଶ ହିରାମଲର ମଧ୍ୟ ଲିଙ୍କ ଥିବା ଜଣାପଡ଼ିଛି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ପକ୍ଷରୁ ଏନେଇ ଏକ ପ୍ରେସ୍ କନଫରେନ୍ସରେ ସୁବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି ।

ତେବେ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ଯେଉଁ ଅଭିଯୁକ୍ତଙ୍କ ନାମ ସାମ୍ନାକୁ ଆସିଛି, ସେମାନଙ୍କ ମଧ୍ୟରେ ଜଣେ ସିଙ୍ଗରଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଥିଲେ । ଦୁହେଁ ପରସ୍ପରଙ୍କୁ ଭଲ ଭାବେ ଜାଣିଥିଲେ । ତେବେ ସିଧେଶ ହିରାମଲଙ୍କ ଗିରଫ ଅନେକ ଅଦୃଶ୍ୟ ଅପରାଧୀଙ୍କ ପର୍ଦ୍ଦାଫାଶ କରିପାରେ ବୋଲି ଦିଲ୍ଲୀ ପୋଲିସର ହୃଦବୋଧ ହୋଇଛି । ଲରେନ୍ସଙ୍କ ବୟାନକୁ ଗୁରୁତ୍ୱ ଦେଇ ପୋଲିସ ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛି । ଏହି କନଫରେନ୍ସରେ ବଲିଉଡ ଅଭିନେତା ସଲମନ ଖାନଙ୍କୁ ମିଳିଥିବା ଧମକପୂର୍ଣ୍ଣ ଚିଠି ପ୍ରସଙ୍ଗ ମଧ୍ୟ ଉଠିଥିଲା ।

Get real time updates directly on you device, subscribe now.