ପର୍ସ ରଖିବା ପାଇଁ ସମସ୍ତେ ପକେଟର ବ୍ୟବହାର କରନ୍ତି । କିନ୍ତୁ ଗବେଷଣା ଦ୍ୱାରା ଜଣାପଡିଛି ଯେ, ପ୍ୟାଣ୍ଟର ପଛ ପକେଟରେ ପର୍ସ ରଖିବା ଦ୍ୱାରା ଆପଣଙ୍କ ଅସୁସ୍ଥ ହୋଇପାରନ୍ତି । ଡାକ୍ତରଙ୍କ କହିବା ମୁତାବକ, ପର୍ସକୁ ପଛ ପକେଟରେ ରଖିବା ଦ୍ୱାରା ପାୟରୀ ଫୋର୍ମିସ ସିଣ୍ଡ୍ରୋମ ନାମକ ରୋଗ ହୋଇଥାଏ । ଏହି ରୋଗ ଅସହ୍ୟ ଯନ୍ତ୍ରଣା ସୃଷ୍ଟି କରିଥାଏ ।
ଏହି ରୋଗ ସମ୍ପର୍କରେ ସେ କହିଛନ୍ତି ଯେ, ବହୁତ ସମୟ ବସି ରହିବା ଓ ପ୍ୟାଣ୍ଟର ପଛରେ ପର୍ସ ରଖିବା ଦ୍ୱାରା ମାଂସପେଶୀ ଦବି ଯାଏ । ଫଳରେ ଗୋଡରେ ଯନ୍ତ୍ରଣା ଆରମ୍ଭ ହୁଏ । ଏହି ରୋଗର ସର୍ବାଧିକ ଶିକାର ହୁଅନ୍ତି ଯୁବକମାନେ, କାରଣ ସେମାନେ ଘଣ୍ଟା ଘଣ୍ଟା କାମ କରନ୍ତି ଓ ସେମାନଙ୍କ ପାଣ୍ଟରେ ପର୍ସ ରହିଥାଏ । ଯଦି ଆପଣ ବି ସେପରି ଭୁଲ କରୁଛନ୍ତିି, ତେବେ ସୁଧାରି ନିଅନ୍ତୁ । ନଚେତ୍ ଏହି ରୋଗ ଗୋଡକୁ ଦୁର୍ବଳ କରିଦେବ । ଆରମ୍ଭରୁ ଏହିଦିଗ ପ୍ରତି ଧ୍ୟାନ ନଦେଲେ ଆପଣଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିପାରେ ।