ନିବେଶକଙ୍କର ପ୍ରଥମ ପସନ୍ଦ ସାଜିଲା ରୂପା, ଏପର୍ଯ୍ୟନ୍ତ ଦେଲାଣି ୧୧ ପ୍ରତିଶତ ରିଟର୍ଣ୍ଣ
ଚଳିତ ବର୍ଷ ରୂପାର ମୂଲ୍ୟ ଲଗାତାର ବଢୁଛି। କିନ୍ତୁ ଏହାରି ମଧ୍ୟରେ ରୂପା ନିବେଶକଙ୍କର ପ୍ରଥମ ପସନ୍ଦ ସାଜିଛି।
ନୂଆଦିଲ୍ଲୀ: ରୂପା ନିବେଶକଙ୍କୁ ନିବେଶ ପାଇଁ ଆକର୍ଷିତ କରୁଛି। ଏହା ଚଳିତ ବର୍ଷ ଏପର୍ଯ୍ୟନ୍ତ ନିବେଶକଙ୍କୁ ୧୧ ପ୍ରତିଶତ ସୁଧ ଦେଇସାରିଲାଣି। ଏକ୍ସପର୍ଟସଙ୍କ କହିବାନୁଯାୟୀ, ରୂପା ଆଗାମୀ ୩-୪ ବର୍ଷ ମଧ୍ୟରେ ନିବେଶକଙ୍କୁ ଅଧିକ ରିଟର୍ଣ୍ଣ ଦେବ।
ଏଥିସହ ସୁନା ତୁଳନାରେ ରୂପାର ମୂଲ୍ୟ ଅଧିକ ବଢୁଛି। ରୂପା ମୂଲ୍ୟରେ ବଢିବାର କାରଣ ହେଉଛି, ଏହି ଧାତୁ ଇନଭେଷ୍ଟମେଣ୍ଟ ଆସେଟ ସହ ଇଣ୍ଡଷ୍ଟ୍ରିଜରେ ଅଧିକ ବ୍ୟବହାର ହେଉଛି। ଏଥିସହ ସୁନା ତୁଳନାରେ ଏହା ଅଧିକ ସୁଲଭ। ଏଥିପାଇଁ ନିବେଶକମାନେ ଏହାକୁ ଅଧିକ ସହଜରେ କିଣିପାରିବେ।
ରୂପା ଦେଲା ଶାନଦାର ରିଟର୍ଣ୍ଣ: ମେହେଟା ଇକ୍ୟୁଟିଜ୍ ଲିମିଟେଡର ଉପାଧ୍ୟକ୍ଷ ରାହୁଲ କଲନ୍ତ୍ରୀ କହିଛନ୍ତି ଯେ, ଦେଶରେ ରୂପାର ଫ୍ୟୁଚର ମୂଲ୍ୟ ଗତବର୍ଷ ୧୭.୫୦ ପ୍ରତିଶତ ବଢିଛି।
ଏଥିସହ ୧୦ ବର୍ଷରେ ହାରାହରି ୯.୫୬ ପ୍ରତିଶତରୁ ଅଧିକ। ଗତ ଦୁଇ ବର୍ଷରେ ଏଥିରେ ଦୃଢ ପ୍ରଦର୍ଶନ ଦେଖିବାକୁ ମିଳିଛି ଏବଂ ଚଳିତ ବର୍ଷ ଏପର୍ଯ୍ୟନ୍ତ ଏଥିରେ ୧୧ ପ୍ରତିଶତ ବୃଦ୍ଧି ଘଟିଛି।