fbpx

ଶିମିଳିପାଳରେ କମିଛି, କିନ୍ତୁ ଅନ୍ୟ ଜଙ୍ଗଲ ଜଳୁଛି

ଭୁବନେଶ୍ୱର,୧୧ ।୩(ଓଡିଶା ଭାସ୍କର): ଜଙ୍ଗଲ ନିଆଁକୁ ନେଇ ଟାକ୍ସ ଫୋର୍ସ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜାରି ହୋଇଛି । ପ୍ରେସ୍ ରିଲିଜ ଅନୁସାରେ, ରାଜ୍ୟରେ କାଲି ଅପେକ୍ଷା ଜଙ୍ଗଲ ନିଆଁ ବଢିଛି । ଭାରତୀୟ ବନ ସର୍ବେକ୍ଷଣରୁ ପ୍ରାପ୍ତ ତଥ୍ୟ ଅନୁସାରେ ନିଆଁ ବଢିଛି । କାଲି ୪୯୭ଟି ପଏଣ୍ଟରେ ନିଆଁ ଥିଲା, ଆଜି ତାହା ବଢିକି ୧୦୪୮ ପଏଣ୍ଟ ହୋଇଛି । ଶିମିଳିପାଳ ଅଞ୍ଚଳରେ ନିଆଁ କମିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ପୂର୍ବରୁ ତାହା ୨୬ ପଏଣ୍ଟରେ ଥିବା ବେଳେ ଏବେ ୫ଟି ପଏଣ୍ଟରେ ନିଆଁ ଜଳୁଥିବା ଜଣାପଡିଛି । ଆଗାମୀ ୩ ଦିନ ବର୍ଷା ଆଶଙ୍କା ଥିବାରୁ ନିଆଁ ହ୍ରାସ ପାଇବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.