fbpx
BSKY SKY
BSKY SKY

ବୁଲିବାକୁ ନା ‘ଯୁଦ୍ଧ’ କରିବାକୁ ଆସିଛନ୍ତି; ଯାଞ୍ଚ ବେଳେ ଜବତ ହେଲା ଶହ ଶହ ବାଡ଼ି-ଲୁହା ରଡ୍

BSKY

ସିମଲା: ନୂଆବର୍ଷ ପାଳନ ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ହିମାଚଳ ପ୍ରଦେଶର ରାଜଧାନୀ ତଥା କୁଇନ୍ ଅଫ୍ ହିଲ୍ସ ଶିମଲା କୁ ଆସୁଛନ୍ତି। ଶିମଲାର ରିଜ୍ ମଇଦାନରେ ହଜାର ହଜାର ଲୋକ ଏକାଠି ହୋଇ ନୂଆବର୍ଷ ପାଳନ କରିବେ ବୋଲି ଆଶା କରାଯାଉଛି। ସେପଟେ ସୁରକ୍ଷା ଦୃଷ୍ଟିରୁ ପ୍ରବେଶ ପ୍ରତିବନ୍ଧକକୁ ମଧ୍ୟ ପୁଲିସ ଯାଞ୍ଚ କରୁଛି। ଏହି ଯାଞ୍ଚ ସମୟରେ ବାହାର ରାଜ୍ୟରୁ ଆସୁଥିବା ଅନେକ ପର୍ଯ୍ୟଟକଙ୍କ ଗାଡ଼ିରୁ ରଡ୍ ଓ ଲାଠି ଜବତ କରାଯାଉଛି। ଶିମଲାର ଶୋଘୀ ବ୍ୟାରିୟରର ଚିତ୍ର କୁ ଦେଖିଲେ ଲାଗୁଛି କିଛି ପର୍ଯ୍ୟଟକ ଏଠାରେ ବୁଲିବା ପାଇଁ ନୁହେଁ ବରଂ ଯୁଦ୍ଧ ଲଢ଼ିବା ପାଇଁ ପହଞ୍ଚୁଛନ୍ତି ।

ଗାଡିରେ ରଡ କିମ୍ବା ବାଡ଼ି ରଖିବା ନିୟମ ବିରୁଦ୍ଧ । କିଛି ଲୋକ ଯେଉଁମାନେ ନିଜ କାର୍ ରେ ଏଭଳି ଜିନିଷ ରଖନ୍ତି ସେମାନେ ରୋଡ୍ ରେଜ୍ ସମୟରେ ଆକ୍ରମଣ ପାଇଁ ଏହାକୁ ବ୍ୟବହାର କରନ୍ତି। ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏଭଳି ଆପତ୍ତିଜନକ ସାମଗ୍ରୀ ନିଜ ଗାଡ଼ିରେ ନ ନେବାକୁ ଶିମଲା ପୁଲିସ ପୂର୍ବରୁ ଚେତାବନୀ ଦେଇସାରିଛି। ଏହା କେବଳ ନିୟମ ବିରୁଦ୍ଧରେ ନୁହେଁ ବରଂ ଏହା ଅନ୍ୟ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି।

ଶିମଲାରେ ସୁରକ୍ଷା ବଜାୟ ରଖିବା ପାଇଁ ପୁଲିସ ସହରକୁ ୫ଟି ସେକ୍ଟରରେ ବିଭକ୍ତ କରିଛି। ପ୍ରତ୍ୟେକ ସେକ୍ଟରରେ ନୋଡାଲ ଅଫିସର ଙ୍କୁ ନିୟୋଜିତ କରାଯାଇଛି । ଏହାବ୍ୟତୀତ ସିସିଟିଭି କ୍ୟାମେରା ଓ ଡ୍ରୋନ୍ ଜରିଆରେ ସମଗ୍ର ସହର ଉପରେ ନଜର ରଖାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଥାନୀୟ ଥାନା ପୁଲିସ ବ୍ୟତୀତ ରିଜର୍ଭ ବାଟାଲିୟନ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଅଛନ୍ତି। ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଏକ ମାଷ୍ଟର କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଛି।

 

Get real time updates directly on you device, subscribe now.