Zubeen Garg Death: ଡୋଲି ସଜାକେ ରଖନା ସିଙ୍ଗରଙ୍କର ସ୍କୁବା ଡାଇଭିଂ ଦୁର୍ଘଟଣାରେ ମୃତ୍ୟୁ
ପ୍ରାୟ ୬୦ଟି ଭାଷାରେ ଗୀତ ଗାଇଥିଲେ ଜୁବିନ୍ ଗର୍ଗ। ଯେଉଁଥିରେ ଓଡ଼ିଆ ବି ସାମିଲ ଥିଲା। ହେଲେ ଆଉ ଶୁଣିବାକୁ ମିଳିବନି ଜୁବିନ୍ ଗର୍ଗଙ୍କ ସୁମଧୁର ସ୍ୱର।
ଆସାମ: ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା। ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପ୍ରସିଦ୍ଧ ଆସାମୀ ସିଙ୍ଗର ଜୁବିନ୍ ଗର୍ଗଙ୍କ ଦେହାନ୍ତ ଖବର ପୁରା ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି।
କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ ସେ ଏକ ମହୋତ୍ସବରେ ଅଂଶଗ୍ରହଣ କରିବା ପାଇଁ ସିଙ୍ଗାପୁର ଯାଇଥିଲେ, ଯେଉଁଠାରେ ସେ ସ୍କୁବା ଡାଇଭିଂ ଦୁର୍ଘଟଣାର ଶିକାର ହୋଇଥିଲେ। ପରେ ଜୁବିନ୍ ଗର୍ଗଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୁବିନ୍ଙ୍କ ମୃତ୍ୟୁ ଘଟିଛି। ଏହି ଖବର ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଦୁଃଖଦ ଘଟଣାକୁ କେହି ବିଶ୍ୱାସ କରିପାରୁନାହାଁନ୍ତି। ଦୁର୍ଘଟଣା ପରେ ଜୁବିନ୍ଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
ସ୍କୁବା ଡାଇଭିଂ ସମୟରେ ଦୁର୍ଘଟଣା: ମିଡିଆ ରିପୋର୍ଟ ଅନୁଯାୟୀ, ସ୍କୁବା ଡାଇଭିଂ ସମୟରେ ଜୁବିନ୍ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ବେହୋସ ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରୀ ଟିମ୍ ତାଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିତିଲେ, କିନ୍ତୁ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ।
ଜୁବିନଙ୍କ କ୍ୟାରିୟର: ଜୁବିନଙ୍କ ଯାତ୍ରା ବିଷୟରେ କହିବାକୁ ଗଲେ ସେ କେବଳ ଜଣେ ଅସାଧାରଣ ଗାୟକ ନଥିଲେ ବରଂ ଜଣେ ଅଭିନେତା ଏବଂ ଲେଖକ ମଧ୍ୟ ଥିଲେ।
୧୮ ନଭେମ୍ବର ୧୯୭୨ରେ ମେଘାଳୟରେ ଜନ୍ମଗ୍ରହଣ କରିଥିବା ଜୁବିନ୍ ପ୍ରାୟ ୬୦ଟି ଭାଷାରେ ଗୀତ ଗାଇଥିଲେ। ଯେଉଁଥିରେ ବଙ୍ଗଳା, ହିନ୍ଦୀ, ଇଂରାଜୀ, ମାଲାୟଲମ, ମରାଠୀ, ମିସିଂ, ନେପାଳୀ, ଓଡ଼ିଆ ଏବଂ ସଂସ୍କୃତ ଅନ୍ତର୍ଭୁକ୍ତ ରହିଛି।
ସେ ବଲିଉଡରେ ଅନେକ ଗୀତ ମଧ୍ୟ ଗାଇଥିଲେ। ସେ କଙ୍ଗନା ରାନାୱତ, ଇମରାନ ହାସମୀ ଏବଂ ସାଇନି ଆହୁଜା ଅଭିନୀତ ଗ୍ୟାଙ୍ଗଷ୍ଟର ଫିଲ୍ମ ପାଇଁ ପ୍ରସିଦ୍ଧ ଗୀତ “ୟା ଅଲି” ଗାଇଥିଲେ।
ଜୁବିନ୍ ପ୍ରାୟ ୧୨ ଟି ବାଦ୍ୟଯନ୍ତ୍ର ବଜାଇ ଜାଣିଥିଲେ। ତାଙ୍କର ପୂରା ନାମ ଥିଲା ଜୁବିନ୍ ବୋରଠାକୁର ଗର୍ଗ। ୧୯୯୫ ମସିହାରେ ଜୁବିନ୍ ମୁମ୍ବାଇ ଆସି ତାଙ୍କର ପ୍ରଥମ ଇଣ୍ଡିପପ୍ ଏକକ ଆଲବମ୍, ଚାନ୍ଦନୀ ରାତ ରିଲିଜ୍ କରିଥିଲେ।
ସେ ଦିଲ୍ ସେ (୧୯୯୮), ଡୋଲି ସଜାକେ ରଖନା (୧୯୯୮), ଫିଜା (୨୦୦୦), ଏବଂ କାଣ୍ଟେ (୨୦୦୨) ସମେତ ଅନେକ ବଲିଉଡ୍ ଫିଲ୍ମ ପାଇଁ ଗୀତ ଗାଇଥିଲେ।