fbpx

କୁନି ମୁହଁରେ ଅନର୍ଗଳ ଶ୍ଳୋକ… ଖେଳକୁଦ ବୟସରେ ଇଶ୍ୱରଙ୍କ ଠାରେ ମନ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇ ଚର୍ଚ୍ଚାରେ ସାଇରାଜ

ଓଡ଼ିଶା ଭାସ୍କର: କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ଖେଳକୁଦ କରିବା ବୟସରେ ବୋଲୁଛନ୍ତି ଭଗବାନଙ୍କ ଶ୍ଲୋକ । ଗଷେଣ ବନ୍ଦନା, ମହା ମୃତ୍ୟୁଞ୍ଜୟ ମନ୍ତ୍ର, ସରସ୍ୱତୀ ବନ୍ଦନା । ସବୁ ଯେମିତି ଜିଭ ଅଗରେ । ଆଉ ଏଥି ପାଇଁ ତାଙ୍କ ନାଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଛି । ଏଭଳି ଜଣେ ବିସ୍ମୟ ବାଳକର ନାଁ ହେଉଛି ସାଇରାଜ ।

ପାରାଦୀପ ନୂଆ ବଜାରରେ ମାତା ପିତାଙ୍କ ସହ ରୁହନ୍ତ ସାଇରାଜ । ବୟସ ମାତ୍ର ଅଢେଇ ବର୍ଷ । ଖେଳକୁଦ ବୟସରେ ସାଇରାଜଙ୍କ ପାଟିରେ ଭଗବାନଙ୍କର ଅନେକ ଶ୍ଳୋକ । ଏହା ବ୍ୟତୀତ ସେ ଅନେକ ସାଧାରଣ ଜ୍ଞାନର ଅଧିକାରୀ । ସାଇରାଜଙ୍କ ପିତା ପୋଲିସ ବିଭାଗରେ ଚାକିରି କରୁଥିବା ବେଳେ ମାଆଙ୍କ ଅଧିକାଂଶ ସମୟ ସାଇଙ୍କ ପାଖରେ କଟିଯାଏ । ତେବେ ସାଇ କିଭଳି ଭାବେ ବେଦ ଜ୍ଞାନ ବାଣ୍ଟିବ ତା ଉପରେ ଲକ୍ଷ୍ୟ ରଖିଛନ୍ତି ବାପା ମା । ଯିଏ ବି ସାଇରାଜଙ୍କ ପାଖକୁ ଯାଇଛି ସିଏ କିଛି ସମୟ ପାଇଁ ଭଗବାନଙ୍କ ଲୀଳା ଖେଳାରେ ମଗ୍ନ ହୋଇଯାଇଛି । ଆଧୁନିକତାର ଚାକଚକ୍ୟ ଭିତରେ ଆମେ ହାଲୋ ହାଏକୁ ଆପଣାଉଛେ ହେଲେ ପିଲାଟି କହୁଛି ହାଲୋ ହାଏ ଛାଡନ୍ତୁ ହରେ କୃଷ୍ଣ କୁହନ୍ତୁ । ଏଥିମଧ୍ୟରେ ସାଇରାଜଙ୍କ ବାପା ଗୋଟିଏ ବଡ଼ କଥା କହିଛନ୍ତି କି ପୁଅ ସନ୍ୟାସୀ ହେବା ପାଇଁ ଚାହିଁଲେ ଆମେ ତାକୁ ଭଗବାନଙ୍କ ନିକଟରେ ସମର୍ପିତ କରିଦେବୁ । ଆଉ ମା କହିଛନ୍ତି ସିଏ ସମାଜରେ ଗୀତା, ଭାଗବତ, ବେଦର ପଚାର କରୁ । ଆଜିର ସମାଜରେ ଆମେ ମାଛ ମାଂସ ନ ଖାଇ ରହିପାରୁନୁ କିନ୍ତୁ ଏହି ଶିଶୁଟି କହୁଛି ଜୀବ ହତ୍ୟା ଛାଡ଼ ପଶୁ ହତ୍ୟା ଛାଡ଼ । ଆମେ ସକାଳୁ ଉଠିଲେ ଭଗବାନଙ୍କୁ ସ୍ମରଣ କରିବା ପାଇଁ ସମୟ ନଥାଏ ହେଲେ ସାଇରାଜ ସକାଳୁ ସୂର୍ଯ୍ୟ ନମସ୍କାର କରିଥାନ୍ତି । ଆଉ ଏହା ପରେ ଠାକୁର ପୂଜା । ତେବେ ପାରାଦୀପ କିମ୍ବା ଆଖ ପାଖ ଅଞ୍ଚଳରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହେଲେ ସାଇଙ୍କୁ ସେଠାରେ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.