ଆଜିଠୁ SIPରେ ଏତିକି ଟଙ୍କା କରନ୍ତୁ ନିବେଶ, ୫୦ ବର୍ଷ ହେଲା ବେଳକୁ ହାସଲ କରିପାରିବେ 2 କୋଟି ଟଙ୍କାର ଟାର୍ଗେଟ୍
ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତୁ, ପାଇବେ ଦମଦାର ଲାଭ
ନୂଆଦିଲ୍ଲୀ: ସଞ୍ଚୟର ଅଭ୍ୟାସ ଏବଂ ସ୍ମାର୍ଟ ନିବେଶ ଜୀବନର ଅନେକ ବଡ଼ ବଡ଼ ଲକ୍ଷ୍ୟକୁ ସହଜରେ ପୂରଣ କରିଥାଏ। ଏହାରି ମଧ୍ୟରେ ଯଦି ଆପଣ ୨୬ ବର୍ଷର ତେବେ ଆପଣଙ୍କୁ ୫୦ ବର୍ଷ ହେଲା ବେଳକୁ ୨ କୋଟିର ଫଣ୍ଡ ଯଦି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏକ ସ୍ମାର୍ଟ ଫାଇନାନସିଆଲ ପ୍ଲାନିଂର ଆବଶ୍ୟକତା।
SIP ଅର୍ଥାତ ସିଷ୍ଟମାଟିକ ଇନଭେଷ୍ଟମେଣ୍ଟ ପ୍ଲାନ ମାଧ୍ୟମରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ ଏହାର ସବୁଠୁ ସହଜ ଏବଂ ପପୁଲାର ଉପାୟ। ହେଲେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଯେ, ୫୦ ବର୍ଷରେ ୨ କୋଟିର ଲକ୍ଷ୍ୟ ହାସଲ ପାଇଁ ପ୍ରତି ମାସରେ କେତେ ଟଙ୍କା ସଞ୍ଚୟ କରିବେ, ତାହା ଆସନ୍ତୁ ଜାଣିବା।
ସମ୍ପୂର୍ଣ୍ଣ ହିସାବ: ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାର କୌଣସି ଲିମିଟ ନାହିଁ। ଏକ ରିଟର୍ଣ୍ଣରେ ୧୨ ପ୍ରତିଶତ ହିସାବରେ ରିଟର୍ଣ୍ଣକୁ ବୁଝିପାରିବା। ଯଦି ଆପଣ ଏବେ ୨୬ ବର୍ଷର ତେବେ ଆପଣଙ୍କୁ ୨୪ ବର୍ଷ ଯାଏଁ ଏକ ଧାର୍ଯ୍ୟ ରାଶି ନିବେଶ କରିବାକୁ ପଡ଼ିବ।
ଯଦି ବାର୍ଷିକ ରିଟର୍ଣ୍ଣ ୧୨% ତେବେ SIP କାଲକୁଲେସନ ମୁତାବକ, ଆପଣ ୧୨୦୦୦ ପ୍ରତି ମାସରେ ଏସଆଇପିରେ ନିବେଶ କରିଲେ, ଆଗାମୀ ୨୪ ବର୍ଷ ପରେ ଆପଣଙ୍କ ପାଖରେ ୨,୦୦,୭୨,୨୪୬ର ଫଣ୍ଡ ପ୍ରସ୍ତୁତ ହୋଇଯିବ। ଅର୍ଥାତ ୧୨,୦୦୦ ପ୍ରତି ମାସର ଏସଆଇପି ଆଜି ଆରମ୍ଭ କରିଲେ, ୫୦ ବର୍ଷ ବୟସ ପର୍ଯ୍ୟନ୍ତ ଆପଣ ୨ କୋଟିର ଫଣ୍ଡ ପ୍ରସ୍ତୁତ କରିପାରିବେ।