fbpx

ଆକ୍ସନ ମୋଡରେ ସାର ଜାଡେଜା: ଶତକ ସହ ଦଳକୁ କଲେ ରୋୟଲ କମବ୍ୟାକ

ବର୍ମିଂହାମ: ରୋମାଞ୍ଚକର ମୋଡ ନେଉଛି ଇଂଲଣ୍ଡ-ଭାରତ ପ୍ରଥମ ଟେଷ୍ଟ । ଇଂଲଣ୍ଡର ଧମାକାଦାର ଆରମ୍ଭ ପରେ ଟିମ ଇଣ୍ଡିଆ କରିଛି କମବ୍ୟାକ । ଋଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜାଙ୍କ ଦମଦାର ପାଳି ଏବେ ଭାରତକୁ ଦେଇଛି ମଜବୁତ ସ୍ଥିତି । ପ୍ରଥମେ ପନ୍ତଙ୍କ ଶତକ ପରେ ଏବେ ସାର ଜାଡେଜାଙ୍କ ବ୍ୟାଟରୁ ଦେକିବାକୁ ମିଳିଛି ଜବରଦସ୍ତ ସେଞ୍ଚୁରୀ । ଏହି ଶତକ ସହ ଦଳକୁ ପୁଣି ଥରେ ରୋୟଲ କମବ୍ୟାକ କରିଛନ୍ତି ଦଳର ବେଷ୍ଟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ।

ଋଷଭ ପନ୍ତଙ୍କ ପରେ ଘଡିସନ୍ଧି ମୁହୂତ୍ତରେ ଆଉ ଏକ ଶତକ ହାସଲ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ୧୮୩ ବଲରୁ ଧମାକାଦାର ଶତକ ହାସଲ କରିଛନ୍ତି ସାର ଜାଡେଜା । ଆଘାତ ଜନିତ ସମସ୍ୟା କାରଣରୁ ଆଇପିଏଲର ଶେଷ ଭାଗରୁ ବାଦ ପଡିଥିଲେ ଜାଡେଜା । ସୁସ୍ଥ ହେବା ପରେ ତାଙ୍କ ଫର୍ମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଶତକ ସହ ସେମାନଙ୍କୁ ମିଳିଛି ଏକ ପାଲଟା ଉତ୍ତର । ଆହତ ପରେ ପ୍ରଥମ ମ୍ୟାଚରେ ହିଁ ଶତକ ହାସଲ କରି ସେ ଦଳକୁ ପୁଣି ଏକ ଜବରଦସ୍ତ କମବ୍ୟାକ କରିଛନ୍ତି । ୧୩ଟି ଚୌକା ସହ ଜାଡେଜା ଏହି ଶତକ ହାସଲ କରିଛନ୍ତି ।

ଇଂଲଣ୍ଡ ବିପକ୍ଷରେ ୯୮ ରନ ଭିତରେ ୫ଟି ୱିକେଟ ହରାଇ ହରାଇ ସଂଘର୍ଷ କରୁଥିବା ବେଳେ ପନ୍ତ ଏବଂ ଜାଡେଜା ଦଳକୁ ମଜବୁତ ସ୍ଥିତି ଦେଇଥିଲେ । ୧୧୧ ବଲରୁ ପନ୍ତଙ୍କ୧୪୬ ରନ ଏବଂ ୧୯୪ ବଲରୁ ଜାଡେଜାଙ୍କ ୧୦୪ ରନ ବଳରେ ଟିମ ଇଣ୍ଡିଆର ସ୍କୋର ୪୦୦ ଅତିକ୍ରମ କରିଛି । ତେବେ ଶତକ ହାସଲ କରିବାର କିଛି ସମୟ ପରେ ଜିମି ଆଣ୍ଡରସନଙ୍କ ଶିକାର ହୋଇ ପାଭିଲିୟନ ଫେରିଛନ୍ତି ସାର ଜାଡେଜା । କିନ୍ତୁ ତାଙ୍କର ଏହି ପାଳି ଭାରତକୁ ଏକ ଲଜ୍ଜାଜନକ ପରିସ୍ଥିତିକୁ ସାମନା କରିବାରୁ ବଞ୍ଚାଇ ଦେଇଛି ।

Get real time updates directly on you device, subscribe now.