fbpx

ପରୀ ମାମଲା: ଅଭିଯୁକ୍ତର ଘରେ SIT

ନୟାଗଡ,୨୧ ।୧୨(ଓଡିଶା ଭାସ୍କର): ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଏସଆଇଟି ଟିମର ଖୋଳତାଡ ଜାରି ରହିଛି । ଯଦୁପୁରରେ ଅଭିଯୁକ୍ତ ସରୋଜ ସେଠୀଙ୍କ ଘରେ ପହଞ୍ଚିଛି ଏସଆଇଟିର ୨ ଜଣିଆ ଟିମ୍ । ଅଭିଯୁକ୍ତ ସରୋଜଙ୍କ ମା’ଙ୍କୁ ସହ ଏସଆଇଟି ଟିମ୍ ପଚରାଉଚରା ଜାରି ରଖିଛି । ଏହା ସହ ସରୋଜଙ୍କ ଘର ଆଗରେ ପୋଲିସ ମୁତୟନ ହୋଇଛି ।

ତେବେ ଶନିବାର ଦିନ ସରୋଜ ଓ ତାଙ୍କ ମାଆ, ଭଉଣୀଙ୍କୁ ଏସଆଇଟି ଉଠାଇନେଇଥିଲା । ଜେରା ପରେ ସରୋଜଙ୍କ ମା’ ଓ ଭଉଣୀଙ୍କୁ ଏସଆଇଟି ଛାଡିଦେଇଥିଲା । କିନ୍ତୁ ସରୋଜ ସେଠୀଙ୍କ ବାବଦରେ ଏଯାଏଁ କିଛି ସୂଚନା ମିଳିପାରି ନାହିଁ ।

Get real time updates directly on you device, subscribe now.